Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅନ୍ତୋଦୟ ଯୋଜନାରେ ପକ୍କା ଘର ପାଇବାପାଇଁ ଦାବୀ 1

ତିର୍ତୋଲ, 10/07/2025, ବିକ୍ରମ ଓଡ଼ିଶା ନିୟୁଜ: ଅନ୍ତୋଦୟ ଯୋଜନାରେ ପକ୍କା ଘର ପାଇବାପାଇଁ ଦାବୀତିର୍ତ୍ତୋଲ ୧୦/୭-(ରିପୋର୍ଟ-ଟୁକନ ସେଠୀ)- ରାଜ୍ୟ ସରକାର ଅସହାୟ, ନିରାଶ୍ରୟ, ଶାରୀରିକ ଭିନକ୍ଷମ, ଛୋଟ ପିଲା ଙ୍କ ସହିତ ବିଧବା ସ୍ତ୍ରୀ ଲୋକ ମାନଙ୍କ ପାଇଁ ପକ୍କା ଘର ନିମନ୍ତେ ଅନ୍ତୋଦୟ ଯୋଜନା ପ୍ରଣୟନ କରିଛନ୍ତି l ଏହି ଯୋଜନାରେ ସାମିଲ ହେବାପାଇଁ ତିର୍ତ୍ତୋଲ ବ୍ଲକର ୨୯ ଟି ପଞ୍ଚାୟତର ୫ ସହ ରୁ ଉର୍ଦ୍ଧ ଯୋଗ୍ୟ ହିତାଧିକାରୀ ମାନେ ଆବେଦନ କରିଥିଲେ l ପ୍ରଥମ ପର୍ଯାୟରେ ୧୩୭, ଦ୍ୱିତୀୟ ପର୍ଯାୟରେ ୨୯ ଜଣ ଯୋଗ୍ୟ ହିତାଧିକାରୀ ମାନଙ୍କୁ ପକ୍କା ଘର ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ ସରିଯାଇଛି l ଆହୁରି ଯୋଗ୍ୟ ହିତାଧିକାରୀ ବଞ୍ଚିତ ରହିଥିବା ଦେଖାଯାଇଛି l କନିମୁଳ ପଂଚାୟତ ଗଇଠିପୁର ଗ୍ରାମର ସ୍ବର୍ଗତ ଅଚ୍ୟୁତି ଖୁଣ୍ଟିଆଙ୍କ ଏକ ମାତ୍ର ପୁଅ ଲୋକନାଥ ଖୁଣ୍ଟିଆ ଯେକି ଜନ୍ମରୁ ସମ୍ପୂର୍ଣ୍ଣ ଅନ୍ଧ ଅଟନ୍ତି l ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ଭଙ୍ଗା ଘରେ ରହି ଆସୁଛନ୍ତି l ପୁରୁଣା ଘର ହୋଇଥିବାରୁ ଛାତରୁ ପାଣି ଗଳୁଛି l ତାଙ୍କ ର ସ୍ତ୍ରୀ ସୁକାନ୍ତି ଖୁଣ୍ଟିଆ, ଝିଅ ଜୀନା ଖୁଣ୍ଟିଆ, ପୁଅ ଆଲୋକ ଖୁଣ୍ଟିଆଙ୍କ ସମେତ ପରିବାର ର ମୋଟ ୪ ପ୍ରାଣୀ ବସବାସ କରନ୍ତି l ସେ ଅତ୍ୟନ୍ତ ଗରିବ ମଧ୍ୟ ଅଟନ୍ତି ତାଙ୍କୁ ଏହି ଅନ୍ତୋଦୟ ଯୋଜନାରେ ସାମିଲ କରିବାସହିତ ପକ୍କା ଘର ପ୍ରଦାନ କରିବାପାଇଁ ନିବେଦନ କରିଛନ୍ତି l ସେହିପରି ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତ ଶଙ୍ଖେଶ୍ୱର ଗ୍ରାମର କୈଳାସ ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ପ୍ରଭାବତୀ ମହାପାତ୍ର ଅତ୍ୟନ୍ତ ଦୟନୀୟ ଅବସ୍ଥା ରେ ଭଙ୍ଗା ଚାଳ ଚଫର ଘରେ ଜରି ପାଲ ପକାଇ ରହୁଛନ୍ତି l ତାଙ୍କୁ ଏହି ଯୋଜନା ରେ ସାମିଲ କରିବାପାଇଁ ନିବେଦନ କରିଛନ୍ତି l କୋଲର ପଞ୍ଚାୟତ ଓଲଗଦା ଗ୍ରାମର ନୟନା ସ୍ୱାଇଁ ତାଙ୍କ ସ୍ୱାମୀ ଓ ଝିଅ ଙ୍କ ସହିତ ରହୁଥିବା ବେଳେ ଭଙ୍ଗା ଦଦରା ଚାଳ ଚଫର ଘରେ କାଳାତିପାତ କରିଛନ୍ତି l ଏହି ଭଳି ଅନେକ ପରିବାର ରହିଯାଇଛନ୍ତି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ସାଧାରଣ ଦାବୀ ହେଉଛି l
Article Image
Article Image