Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଗୁରୁପୁର୍ଣିମା ଉପଲକ୍ଷେ ଅନନ୍ତବଳିଆ ସେବାସଙ୍ଘ ନାଉଗାଁ ଶାଖା ତରଫରୁ ଵୃକ୍ଷ ରୋପଣ ଅନୁଷ୍ଠିତ । 1

ନାଉଗାଁ, 10/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗୁରୁପୁର୍ଣିମା ଉପଲକ୍ଷେ ଅନନ୍ତବଳିଆ ସେବାସଙ୍ଘ ନାଉଗାଁ ଶାଖା ତରଫରୁ ଵୃକ୍ଷ ରୋପଣ ଅନୁଷ୍ଠିତ ।
Article Image
ନାଉଗାଁ ୧୦/୦୭: ବିକ୍ରମ ଓଡିଶା ନିୟଜୁ,ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଶିଖରଘାଟ ନିକଟରେ ଥିବା ଅନନ୍ତ ବଳିଆ ସେବା ସଂଘ ତରଫରୁ ଗୁରୁପୁର୍ଣିମା ଉପଲକ୍ଷେ ଆଶ୍ରମର ସମସ୍ତ ଗୁରୁଭାଇ ଗୁରୁ ଭଉଣୀଙ୍କ ତରଫରୁ ଵୃକ୍ଷ ରୋପଣ ଆଶ୍ରମ ନିକଟରେ କରାଯାଇଛି।ନଡିଆ , ପିଜୁଳି,ଆମ୍ବ ତାଳ, ଳେମ୍ବୁ, ସପେଟା ଏହିପରି ପ୍ରାୟ ୪୫ ଟି ବୃକ୍ଷ ରୋପଣ କରାଯାଇଛି।ପ୍ରତିବର୍ଷ ଏହି ଆଶ୍ରମ ତରଫରୁ ଗୁରୁପୁର୍ଣିମାରେ ବୃକ୍ଷ ରୋପଣ କରାଯାଇଥାଏ। ଏ ବର୍ଷ ମଧ୍ୟ ଅନୁରୂପ ଭାବେ କରାଯାଇଛି। ସମସ୍ତ ବୃକ୍ଷ ମାନେ କିପରି ବଞ୍ଚି ରହିବେ ତା ପ୍ରତି ମଧ୍ୟ ଯତ୍ନ ନିଆ ଯାଇଥାଏ ।ଆଶ୍ରମରେ ପଦ୍ମଶ୍ରୀ ବାବା ବଳିଆଙ୍କର ଗୁରୁପୂଜନ କାର୍ଯ୍ୟକ୍ରମ ପରେ ଉକ୍ତ ଆଶ୍ରମର ମାତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଏ। ଏହି କାର୍ଯ୍ୟକ୍ରମ ରେ ବାବାଙ୍କ ଆଶ୍ରିତ ଅକ୍ଷୟ ଲେଙ୍କା, ଜୁନ ଭାଇ ,କୁନା ଭାଇ,ଭାଗୁ ଭାଇ,ନରେଶ ଭାଇ, ବ୍ରହ୍ମାନନ୍ଦ ଭାଇ,ଛନା ଭାଇ,ଲଷ୍ମୀଧର ଭାଇ, ରନୁଆଭାଇ,ଜାପୁ ଭାଇ,ରୁବୁଲ , ରୀନା ଅପା, ରିତା ଅପା, ରିନା ଭାଉଜ ପ୍ରଭୁତି ସହଯୋଗ କରିଥିଲେ।
Article Image