Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 10/07/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲିଘର ପକ୍ଷରୁ ସ୍ୱୟଂ ସହାୟୀକା ଗୋଷ୍ଠୀକୁ ଚାରା ବଣ୍ଟନ।ତିର୍ତୋଲ-୧୦/୯-(ରିପୋର୍ଟ-ଟୁକନ ସେଠୀ)-ବାଲିଘର ଫାଉଣ୍ଡେସନ ପକ୍ଷରୁ ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ୍ ଇବ୍ରିସିଂ ପଞ୍ଚାୟତ ଅନ୍ତର୍ଗତ ପାଟସୁରା ଗ୍ରାମର ମା' ନାରାୟଣୀ ସ୍ୱୟଂ ସହାୟୀକା ଗୋଷ୍ଠୀର ୧୮ ଜଣ ମହିଳା ସଦସ୍ୟାଙ୍କୁ ବିନା ମୂଲ୍ୟରେ ଚାରା ବଣ୍ଟନ କରାଯାଇଛି। ବର୍ତ୍ତମାନ ପରିପ୍ରେକ୍ଷୀରେ ଜଳବାୟୁର ପରିବର୍ତ୍ତନ,ପାଣିପାଗର ଅନୟମିତା,ଅମ୍ଳଜାନର ଅହେତୁକ ଅଭାବ, କଳକାରଖାନା ଓ ଗାଡ଼ି ମୋଟର ପ୍ରଭୃତି ବୃଦ୍ଧି ଯୋଗୁଁ ମଣିଷ ସମାଜ ସହ ପ୍ରତ୍ୟେକ ଜୀବକୂଳ ଆଜି ଧ୍ୱଂସ ମୁଖରେ ଉପନୀତ ବୋଲି ବୈଜ୍ଞାନିକ ଓ ବହୁ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କଲେଣି।ଏହାର ନିରାକରଣ ପାଇଁ ବୃକ୍ଷ ରୋପଣ ଏକମାତ୍ର ଉପାୟ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ସମସ୍ତ ସଦସ୍ୟାଙ୍କୁ ବୁଝାଇବା ସହ ପ୍ରତ୍ୟେକ ଗୋଟିଏ ଗୋଟିଏ ଗଛ ନେଇ ନିଜ ବାଡ଼ିବଗିଚାରେ ଲଗାଇ ତାକୁ ବଞ୍ଚେଇ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଏଥିରେ ସ୍ୱୟଂ ସହାୟିକା ଗୋଷ୍ଠୀର ବିଜୟ ଲକ୍ଷ୍ମୀ ଚୌଧୁରୀ, ସୁମିତ୍ରା ସାହୁ, କବିତା ଗଛାୟତ,ସ୍ୱର୍ଣ୍ଣ ଲତା ସାମଲ,ସୌଦାମିନୀ ମଲ୍ଲିକ, ଲତା ଗଛାୟତ, ଅପର୍ଣା ଗଛାୟତ, ସଂଯୁକ୍ତା ସାହୁ, ଚାରୁ ଲତା ସାହୁ, ବିଷ୍ଣୁପ୍ରିୟା ଗଛାୟତ,ଶୁଭଶ୍ରୀ ରାଉତ,ସରୋଜିନୀ ସ୍ୱାଇଁ, ଶ୍ରଦ୍ଧାଞ୍ଜଳି ଗଛାୟତ, ସଂଗୀତା ଗଛାୟତ, ଗାୟତ୍ରୀ ଚୌଧୁରୀ, ସୌମ୍ୟା ପ୍ରିୟଦର୍ଶୀନି, ସନ୍ଧ୍ୟା ରାଣୀ ଗଛାୟତ,ଲିନ୍ମୟୀ ସାହୁ ଓ ବାସନ୍ତୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ପ୍ରତ୍ୟେକ ଗଛର ଦାୟୀତ୍ବ ନେଇ ବଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ୍
