Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 10/07/2025, ବିକ୍ରମ ଓଡ଼ିଶା ନିୟୁଜ: ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକଙ୍କୁ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ
ନାଉଗାଁ, ୧୦/୯ ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଞ୍ଚାୟତର ଆରଖକୁଦ ଗ୍ରାମରେ ଭାରତୀୟ ସେନାବାହିନୀ(ଆର୍ମି)ର ଜଣେ କର୍ମରତ ସୈନିକଙ୍କ ଶେଷକୃତ୍ୟ ସମ୍ପନ୍ନ ସମୟରେ ବିଭାଗ ପକ୍ଷରୁ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରଭାସ ନାୟକ ୨୦୧୮ ମସିହାରେ ଭାରତୀୟ ସେନାବାହିନୀ ଆର୍ମି ବାଟାଲିୟନରେ ନିଯୁକ୍ତି ପାଇଥିଲେ। ତେବେ ପ୍ରଭାସ ବର୍ତ୍ତମାନ ଆସାମରେ ସେନାବାହିନୀରେ କାର୍ଯ୍ୟରତ ଥିବା ବେଳେ ଗତ କିଛି ଦିନ ତଳେ ଛୁଟିରେ ଘରକୁ ଆସିଥିଲେ ଏବଂ ଗୁରୁବାର ସେ ସେନାରେ ଯୋଗଦେଥାନ୍ତେ। କିନ୍ତୁ ଗତ ବୁଧବାର ରାତି ପ୍ରାୟ ସାଢେ ଦଶଟା ସମୟରେ ପ୍ରଭାସ ତାଙ୍କ ଶଳା ସହିତ ଏକ ବାଇକ୍ ଯୋଗେ କଟକରୁ ଘରକୁ ଫେରୁଥିବା ବେଳେ କଟକ - ନୂଆଗାଁ ୫୫ନମ୍ବର ଜାତୀୟ ରାଜପଥର ବିରିଡ଼ି ଥାନା ଅନ୍ତର୍ଗତ ବସନ୍ତପୁର ତେଲଟାଙ୍କି ନିକଟରେ ଏକ ପିକପ୍ ଭ୍ୟାନ ସହିତ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଉଭୟ ଶଳା ଓ ଭିଣୋଇଙ୍କର ମୃତ୍ୟୁ ଘଟିଥିଲା। ତେବେ ପ୍ରଭାସଙ୍କ ମୃତ୍ୟୁ ଖବର ପାଇବା ପରେ ବିଭାଗ ପକ୍ଷରୁ ତାଙ୍କ ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବା ପରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି।