Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 11/07/2025, ବିକ୍ରମ ଓଡ଼ିଶା ନିୟୁଜ: ରାସ୍ତାରେ ଗୋରୁ ଗାଈ

ତିର୍ତ୍ତୋଲ-୧୧/୭-(ରିପୋର୍ଟ-ଟୁକନ ସେଠୀ)- ରାସ୍ତାକୁ ଦେଖନ୍ତୁ ଏହି ରାସ୍ତା ହେଉଛି ତିର୍ତ୍ତୋଲ ଠାରୁ ଗରଦପୁର ରାସ୍ତାର ଗୋପିଆ କୁଦ ରାସ୍ତାର ଦୁର୍ଶ୍ୟ | କେବଳ ଏଠାରେ ନୁହେଁ ତିର୍ତ୍ତୋଲ ଲକ ସିନିକଟ ବ୍ରିଜ ଉପରେ, କଟକ ପାରାଦ୍ବୀପ ରାସ୍ତାର ତିର୍ତ୍ତୋଲ କଲେଜ ନିକଟରେ, ଏହିପରି ରାସ୍ତାର ବୁଲା ଗୋରୁଗାଈ ଚଳପ୍ରଚଳ ହେଉଛନ୍ତି । ଏବଂ ରାସ୍ତା ଅବରୋଧ କରି ମଝି ରାସ୍ତାରେ ବିଶ୍ରାମ ନେଉଛନ୍ତି । ଏହାଦ୍ଵାରା ବିଶେଷତଃ ବାଇକ୍ ଚାଳକ ମାନେ ଦୁର୍ଘଟଣା ଗ୍ରସ୍ତ ହେଉଛନ୍ତି । ବେଳେ ବେଳେ ବଡ ବଡ ଗାଡି ଧକ୍କାରେ ନିରିହ ପଶୁଯନ୍ତୁ ମାନେ କ୍ଷତିଗ୍ରସ୍ତ ହୁଅନ୍ତି । ଏହାର କାରଣ ପ୍ରଥମତଃ ଗୋପାଳନ କରୁଥିବା ଚାଷିମାନେ ଗାଇ ଯେତେ ଦିନ ପର୍ଯ୍ୟନ୍ତ କ୍ଷିର ଦେଉଥିବ ଘରେ ରଖନ୍ତି । କ୍ଷିର ଛାଡିବା ପରେ ତାଙ୍କୁ ମହାନଦୀ ପଠାରେ ଛାଡିଦିଅନ୍ତି । ଏଥି ସହିତ ଅଣ୍ଡିରା ବାଛୁରୀ, ଷଣ୍ଢ ପ୍ରଭୃତିଙ୍କୁ ଆଣି ମଧ୍ୟରେ ଏଠାରେ ଛାଡି ଦିଅନ୍ତି ।ମହାନଦୀ ପଠାରେ ଗୋଚାରଣ ଭୁମି ସଙ୍କୁଚିତ ହେବା | ଗୋଚାରଣ ଭୁମି ଏବଂ ପାଳନ୍ଦା ଜମି ରୁ ଇଟାଭାଟି ନିମନ୍ତେ ମାଟି ଖନନ କରିବା ଦ୍ୱାରା ମହାନଦୀ ପଠା କୃର୍ତ୍ତିମ ହ୍ରଦ ଭଳି ଦୃଶ୍ୟ ଦୁର୍ଶ୍ୟମାନ ହୁଏ । ଯଦ୍ୱାରା ବୁଲା ଗୋରୁ ଗାଇ ଖାଦ୍ୟ ନପାଇ ସଫାଯାଗା ଦେଖି ରାସ୍ତା ଉପରେ ମେଳି ବାନ୍ଧିବା ମୁଖ୍ୟ କାରଣ |ଆଗରୁ ପଞ୍ଚାୟତ ସ୍ତରରେ କାଞ୍ଜିଆ ହୁଦା ଥିଲା । ଏଠାରେ ବୁଲା ଗୋରୁଗାଈ ଙ୍କୁ ରଖାଯାଉଥିଲା । ପରେ ଗୋ ମାଲିକଙ୍କ ଠାରୁ ପୋରିମାନା ଅର୍ଥ ଆଦାୟ କରାଯାଉଥିଲା । ଏବେ କାଞ୍ଜିଆ ହୁଦା ଦେଖବାକୁ ମିଳୁନାହିଁ ।ଏଥିପ୍ରତି ସରକାରୀ ସ୍ତରରେ ପ୍ରାଣି ପାଳନ ବିଭାଗ ସଂପୂର୍ଣ୍ଣ ଆଖିବୁଜି ଦେଇଥିବା କୁହାଯାଉଛି।