ତିର୍ତୋଲ, 15/07/2025, ବିକ୍ରମ ଓଡ଼ିଶା ନିୟୁଜ: ଛାତ୍ରୀ,ସୌମଶ୍ରୀ ବିସି ର ମୃତ୍ୟୁ ପ୍ରତିବାଦରେ ତିର୍ତୋଲ ଯୁବ ଓ ଜିଲ୍ଲାକଂଗ୍ରେସ ର ବିକ୍ଷୋଭ ଓ ଚୁଡ଼ି ଶାଢ଼ୀ ଅଫର
ତିର୍ତୋଲ ୧୪/୭

ବାଲେଶ୍ବର ଫକୀର ମୋହନ ସେନାପତି ମହାବିଦ୍ଯାଳୟର ଛାତ୍ରୀ ସୌମ୍ଯାଶ୍ରୀ ବିସି ଆତ୍ମହୁତି ଦେଇ ଜୀବନ ହାରିଦେଇଛନ୍ତି । ଯାହା ସାରା ରାଜ୍ଯ କୁ ସ୍ତବ୍ଧ କରିଦେଇଛି । ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଏବଂ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ, ଏହା ବିରୁଦ୍ଧରେ ଆଜି ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ ମହାବିଦ୍ଯାଳୟରେ ସମ୍ମୁଖରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ଙ୍କ ନେତୃତ୍ବରେ ଓ ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସାଇ ପ୍ରଭଞ୍ଜନ ମହାପାତ୍ର ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ତିର୍ତ୍ତୋଲ ଯୁବ ଓ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ । ଏହି କାର୍ଯ୍ଯକ୍ରମରେ ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ମାନେ ମୁଖ୍ଯମନ୍ତ୍ରୀ ମୋହନ ମାଝୀ , ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜ ଓ ବାଲେଶ୍ବର ସାସଂଦ ପ୍ରତାପ ଷଡଙ୍ଗୀ ଙ୍କୁ ନାରୀ ମାନଙ୍କୁ ନ୍ଯାୟ ଦେବାରେନିକମା ଦର୍ଶାଇ ସମାନଙ୍କ ନିକଟକୁ ଶାଢୀ , ଚୂଡି ଓ ଟିକିଲି ପଠାଇବା ସହ, ସେମାନଙ୍କର କୁଶପୁତ୍ତଳିକା ଦାହ କରିଥିଲେ ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ର ଇସ୍ତଫା ଦାବି କରିଥିଲେ।ଏହି କାର୍ଯ୍ଯକ୍ରମ ରେ ବିଶ୍ବରଞ୍ଜନ ସାହୁ , ବିଭୁଦତ୍ତ ଦାଶ , ଜ୍ଯୋତି ପ୍ରକାଶ ମିଶ୍ର , ମନ୍ଥନ କୁମାର ସାହୁ , ଅଙ୍କିତା ପ୍ରିୟଦର୍ଶିନୀ ,ସଲମନ ଖାନ୍, ସୋନାଲି ମଲ୍ଲିକ , ତାପସି ବାରିକ , ଚନ୍ଦନ ସେଠୀ , ସମୀର ରାଣା , ଆକାଶ ଦାସ , ବିସ୍ମୟ ସଙ୍କେତ ସାହୁ , ଅଜୟ ସ୍ବାଇଁ , ରାଜେନ୍ଦ୍ର ନାୟକ , ସୁବୋଧ ନାରାୟଣ ସାହୁ , ସୁଭାଶିଷ ସ୍ବାଇଁ , ପ୍ରତ୍ଯୁଷ ନାୟକ, ରାକେଶ ସ୍ବାଇଁ , ବୁଦ୍ଧେଶ୍ବର ବେହେରା , ରିଙ୍କୁ ପାଳ , ପୁପୁନ ଜେନା , ପାପୁନା ପ୍ରଧାନ , ଓମ୍ ବେହେରା ଙ୍କ ସମେତ ତିର୍ତ୍ତୋଲ କଲେଜ ରଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ