Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନାଉଗାଁ ସଭ୍ୟ ସରପଞ୍ଚ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ 1

ନାଉଗାଁ, 16/07/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ସଭ୍ୟ ସରପଞ୍ଚ ସଂଘ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ
Article Image
ନାଉଗାଁ, ୧୬/୦୭/: ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ କାଦମ୍ବିନୀ ମଣ୍ଡପ ଠାରେ ନାଉଗାଁ ସଭ୍ୟ ସରପଞ୍ଚ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂଘ ସଭାପତି ଦୋଳଗୋବିନ୍ଦ ରାଉଳ, ଗଳଧାରୀ ସରପଞ୍ଚ ଦିଲ୍ଲୀପ କୁମାର ନାୟକ, ଘୋଡାଂଶ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ଡାବର ସମିତିସଭ୍ୟ ସୁବଳ ବେହେରା, ବଛାଳୋ ସମିତିସଭ୍ୟ ଚନ୍ଦନ ଲେଙ୍କାଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ,ସଭ୍ୟା ମାନେ ଯୋଗଦେଇ ବ୍ଲକର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ସ୍ଥାନୀୟ ବିଧ୍ୟାୟକଙ୍କ ହସ୍ତକ୍ଷେପ ଯୋଗୁ ଟଙ୍କା ଥାଇମନ୍ଧ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଆଗେଇ ପାରୁନଥିବା ଅଭିଯୋଗ କରିଥିଲେ। ଏମିତିକି ବ୍ଲକ ପ୍ରଶାସନ ମଧ୍ୟ ବିଧାୟକଙ୍କ କଥାରେ ଏମାନଙ୍କୁ ସବୁଥିରେ ଅଣଦେଖା କରୁଥିବା ବେଳେ ଗତ ୧୫ ତାରିଖରେ ଉକ୍ତ ବ୍ଲକରେ ବିଧାୟକଙ୍କ ଦ୍ଵାରା ହୋଇଥିବା ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମକୁ ମଧ୍ୟ ଏମାନଙ୍କୁ ଡକା ଯାଇନଥିବା ଏମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଗତକାଲି ବ୍ଲକ ପରିସରରେ ଅନୁଷ୍ଠିତ ଅନ୍ତଦୋୟ ଗୃହ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦାନ କରିବାକୁ ପଞ୍ଚାୟତର ସମସ୍ତ ଜନପ୍ରତିନିଧି ମାନଙ୍କୁ ଚିଠି କରାଯାଇଥିଲେ ମଧ୍ୟ ଏମାନଙ୍କ ଅନୁପସ୍ଥିତି ପାଇଁ ବ୍ଲକ ପ୍ରଶାସନ କଣ କରି ପାରିବ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ନିରଞ୍ଜନ ପରିଡ଼ା କହିଥିବା ବେଳେ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ଅମରେନ୍ଦ୍ର ଦାସଙ୍କ ମତ ନେବାରୁ ମୁଁ ବିଧାୟକ ହେବା ପରଠୁ ସବୁବେଳେ ସବୁ ସମୟରେ ସରକାରୀ ଅର୍ଥକୁ ସାଧାରଣ ଜନତାଙ୍କ କାର୍ଯ୍ୟରେ ଲଗାଇବାକୁ ଦଳ ବଳ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଆସୁଛି। ହେଲେ ଏହି ବ୍ଲକରେ କିଛି ଜନପ୍ରତିନିଧି ମାନେ ପୂର୍ବ ସରକାର ସମୟରେ ବର୍ଷବର୍ଷ ଧରି ନିଜେ ଠିକାଦାର ସାଝି ସରକାରଙ୍କ ଅର୍ଥକୁ ନିଜ ସମ୍ପତି ଭାବି ହଡ଼ପ କରିଆସୁଥିଲେ ଯାହା ଏବେ ଆଉ ମୁଁ ତାହା ହେବାକୁ ଦେବିନି। ସରକାରଙ୍କ ଅର୍ଥ ସାଧାରଣ ଜନତା ମାନଙ୍କର ତାହା ମୁଁ ସେମାନଙ୍କ କାର୍ଯ୍ୟରେ ଲଗାଇବାର ଗୁରୁଦାୟିତ୍ଵ ବହନ କରୁଛି। ଯାହାର ପ୍ରମାଣ ଏହି ବ୍ଲକରେ ଏହି ଅନ୍ତୋଦୟ ଗୃହ ଯୋଜନାର ପ୍ରଥମ କିସ୍ତିରେ ସେହି ଜନ ପ୍ରତିନିଧି ମାନେ ମାତ୍ର ୧୬ ଜଣଙ୍କ ନାମ ପ୍ରଦାନ କରିଥିବା ବେଳେ ମୁଁ ନିଜେ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟାକୁ ଅନୁଧ୍ୟାନ କଲାପରେ ଏବେ ଆମେ ଏହି ବ୍ଲକରେ ପୁଣି ୨୪୯ ଜଣ ପ୍ରକୃତ ଗରିବ ହିତାଧିକାରୀ ମାନଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କୁ ଗୃହ ନିର୍ମାଣ କାର୍ଯ୍ୟାଦେଶ ପ୍ରଦାନ କରିଛୁ ବୋଲି କହିଛନ୍ତି।