Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଆଠଗଡ଼, 16/07/2025, ବିକ୍ରମ ଓଡ଼ିଶା ନିୟୁଜ: ଚିକିତ୍ସା ପାଇଁ ଅର୍ଥାଭାବ ସାଜିଛି ବାଧକଆଠଗଡ଼ ତାଲୁକା ରଜକ ସମାଜ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଗଞ୍ଜାମ ଜିଲ୍ଲା ରଜକ ସମାଜ ଆଠଗଡ଼ ତାଲୁକା ପକ୍ଷରୁ ଜଣେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ୧୦,୦୦୦ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l କବିସୂର୍ଯ୍ୟନଗର ବ୍ଲକ ବାଉଁଶିଆ ପଞ୍ଚାୟତର ଜଣେ ମହିଳା ଚିକୁଲୁ ସେଠୀ (୨୪) ଅର୍ଥାଭାବରୁ ଆବଶ୍ୟକ ଚିକିତ୍ସା ହୋଇ ନପାରି ଦୀର୍ଘ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ ଘରେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି l ସ୍ୱାମୀ ପପୁ ସେଠୀ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି l ପରିବାର ଲୋକ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱରର ଏକ ମେଡିକାଲରେ ବର୍ତ୍ତମାନ ଚିକିତ୍ସା କରାଉଛନ୍ତି l ଏବେ ସୁଧା ଚିକୁଲୁଙ୍କ ଶାରୀରିକ ସମସ୍ୟାର କୌଣସି ସୁଧାର ଆସୁନାହିଁ l ଏଭଳି ଦୁଃଖଦ ସମୟରେ ସାହାଯ୍ୟର ହାତ ବଢ଼ାଇ ସମସ୍ତଙ୍କ ଉଦାହରଣ ପାଲଟିଛି ଆଠଗଡ଼ ତାଲୁକା ରଜକ ସମାଜ l ସଭାପତି ଶ୍ରୀ ଭାସ୍କର ସେଠୀଙ୍କ ସଂଯୋଜନାରେ କ୍ୟାନ୍ସର ପୀଡିତାଙ୍କ ବାପା ଘର କେନ୍ଦୁବାଡ଼ି ଗ୍ରାମକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଆଠଗଡ଼ ତାଲୁକା ଏବଂ ସମସ୍ତ ମୁଠାର କିଛି କର୍ମକର୍ତ୍ତା ମିଶି ସହାୟତା କରିଥିବା ବେଳେ ଉପସ୍ଥିତ ରହି ସହଯୋଗ କରିଥିଲେ l ଏପରି ମାନବିକତାକୁ ପୀଡ଼ିତାଙ୍କ ପରିବାର ଧନ୍ୟବାଦ ଜଣାଇଛନ୍ତି l ଆଗକୁ ଏଭଳି ଅନେକଙ୍କ ପାଇଁ ସାହାଯ୍ୟର ପ୍ରୟାସ ଜାରି ରହିବ ବୋଲି ଆଠଗଡ଼ ତାଲୁକା ପ୍ରତିଶୃତିବଦ୍ଧ ସଭାପତି ଶ୍ରୀ ଭାସ୍କର ସେଠୀ କହିଛନ୍ତି lଗଂଜାମ ରୁ ସନ୍ତୋଷ କୁମାର ସେଠୀ
