Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 16/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ବିଶ୍ୱ ଦକ୍ଷତା ଦିବସ ପାଳିତ।ତିର୍ତ୍ତୋଲ-୧୬/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅର୍ଥରିଟି ଦ୍ବାରା ଅନୁବନ୍ଧିତ ଓ କିଉଭାନ୍ ସ୍କିଲ୍ ଏମ୍ପାପାଓର ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି।ଏହି ଦିବସ ଅବସରରେ ସକାଳୁ ଦକ୍ଷତା ବିକାଶ କେନ୍ଦ୍ର ପରିସରରୁ ଏକ ଫ୍ଲାଗ୍ ମାର୍ଚ୍ଚ ବାହାରି ବଜାର ପରିକ୍ରମା କରିଥିଲା। ଏହାପରେ ଛାତ୍ରୀ ମାନଙ୍କ ମଧ୍ୟରେ ପୁଞ୍ଚି ଖେଳ,ମିଉଜିକ୍ ଚେୟାର ସହିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା।ପରେ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିୟୋଜିତ ଅଧିକାରୀ ଅଜିତ କୁମାର ଉତ୍ତରରାୟ ଓ ଜିଲ୍ଲା କନିଷ୍ଠ ନିୟୋଜିତ ଅଧିକାରୀ ଅଶୋକ ମାଦୁଆଲ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀମାନେ ତାଙ୍କର ବିଭିନ୍ନ ଦକ୍ଷତା ଦେଖାଇବା ସହିତ ନାଚଗୀତ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସଭାରେ ୱର୍କସପ୍, ପ୍ରଦର୍ଶନୀ, ସହିତ ଛାତ୍ରୀମାନଙ୍କ ସ୍କିଲ ଡେଭଲପମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା।ଅଧ୍ୟକ୍ଷ ଓ ମଞ୍ଚାସିନ ଅତିଥିମାନେ ଏହି ଦିବସର ଗୁରୁତ୍ୱ ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସଭାରେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀମାନଙ୍କୁ ସାର୍ଟିଫିକେଟ ସହିତ ଗିଫ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସଭାରେ କିଉଭାନ୍ ସ୍କିଲ୍ ର ଆନ୍ତର୍ଜାତୀୟ ମୁଖ୍ୟ ପରାଗ ବାନାର୍ଜୀ,ଜଗନ୍ନାଥପୁର ସରପଞ୍ଚ ସୁଶାନ୍ତ କୁମାର ନାୟକ, ଇବ୍ରିସଂ ପଞ୍ଚାୟତ ର ପ୍ରଶାନ୍ତ କୁମାର ସ୍ବାଇଁ,ଗରାମ ପଞ୍ଚାୟତ ର ପ୍ରଦ୍ୟୁମ୍ନ କିଶୋର ଚଇନି, ମଣିଜଙ୍ଗା ପଞ୍ଚାୟତ ର ଶଶଧର ମଲ୍ଲିକ,ମୂଳିସଂହ ପଞ୍ଚାୟତ ର ସଫି ଆଜାମ ପ୍ରମୁଖ ଉପସ୍ଥିତ ଥିଲେ।କିଉଭାନ୍ ସ୍କିଲ୍ ର ଜିଲ୍ଲା ସଂଯୋଜକ ପ୍ରଦିପ କୁମାର ଲେଙ୍କା ସଭା ପରିଚାଳନା କରିଥିବାବେଳ ଶିକ୍ଷୟିତ୍ରୀ ରିନାବାଳା ସ୍ବାଇଁ ଓ ଶଶୀ ମଲ୍ଲିକ ସହଯୋଗ କରିଥିଲେ।ସଭା ପରିଶେଷରେ କିଉଭାନ ସ୍କିଲ ର କେନ୍ଦ୍ର ପରିଚାଳକ ଶୁଭ୍ରାଂଶୁ ପଶାୟତ ଉପସ୍ଥିତ ସମସ୍ତ ଅତିଥି ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦକ୍ଷତା ବିକାଶ କେନ୍ଦ୍ର ର ଛାତ୍ରୀମାନେ ଉପସ୍ଥିତ ଥିଲେ।
