Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 16/07/2025, ବିକ୍ରମ ଓଡ଼ିଶା ନିୟୁଜ: ହରପ୍ରିୟା ମୃତ୍ୟୁ ରେ କାକଟପୁର ଶୋକ ର ଛାୟା

କାକଟପୁର 16/7 ଆଜି କାକଟପୁର ଅଞ୍ଚଳ ର ସ୍ୱାଧୀନତା ସଂଗ୍ରାମୀ ନିରୋଦ ବରଣ ମହାନ୍ତି ଙ୍କ ଧର୍ମପତ୍ନୀ ହର ପ୍ରିୟା ମହାନ୍ତି ଙ୍କ କାକଟପୁର ପୁର ସ୍ଥିତ ବାସ ଭବନରେ ପରଲୋକ ହୋଇ ଯାଇଛି ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା ଆଜି ସକାଳୁ ଶୌଚ ହେବା ପାଇ ଯାଇଥିବା ବେଳେ ହଟାତ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତଳେ ପଡି ଯାଇଥିଲେ ସେହି ସମୟରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ନିରୋଦ ବରଣ ମହାନ୍ତି, ପୁତ୍ର ତାପସ କୁମାର ମହାନ୍ତି ଓ ବୋହୁ ଉପସ୍ଥିତ ଥିବା ବେଳେ ବଡ଼ ନାତି ଅମ୍ଲାନ ଅରବିନ୍ଦ ଓ ଅଲବ୍ୟ ଅନୁରାଗ ସହିତ ଜ୍ଞାତି କୁଟୁମ୍ବ ମଧ୍ୟ ଘର ପାଖରେ ପହଁଚି ଥିଲେ, ଏହି ଦୁଖଃଦ ଖବର ପ୍ରଚାରିତ ହେବା କ୍ଷଣି ଶେଷ ଦର୍ଶନ କରିବାକୁ ଲୋକଙ୍କ ସୁଅ ଛୁଟିଥିଲା, ପରେ ଏକ ସବ ଶୋଭାଯାତ୍ରା ରେ ନିଆ ଯାଇ କଲେଜ ଛକ ସ୍ଥିତ ସ୍ମଶାନ ରେ ଦାହ କରାଯାଇଥିଲା ପୁତ୍ର ତାପସ ମୁଖାଗ୍ନି ଦେଇଥିଲେ, ହର ପ୍ରିୟା ଙ୍କ ମୃତ୍ୟୁ ରେ ସାରା କାକଟପୁର ରେ ଶୋକ ର ଛାୟା ଖେଳି ଯାଇଛି, ସମାଜ ସେଵୀ ହିମାଂଶୁ ଭୂଷଣ ଦୀକ୍ଷିତ, ବସନ୍ତ କୁମାର ସ୍ୱାଇଁ,ଅଶୋକ କୁମାର ବିଶ୍ୱାଳ,କମଳ କୁମାର ମହାନ୍ତି,ବାଇଧର ସାହୂ, ମାନସ କୁମାର, ବାଣୀ ପ୍ରସାଦ ବେହେରା, ଅଜୟ କୁମାର ନାୟକ, ପ୍ରିତମ କୁମାର ନାୟକ,ପ୍ରମୁଖ ଶୋଭାଯାତ୍ରା ରେ ସାମିଲ ଥିଲେ