Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଲୋକଙ୍କ ଅସୁବିଧା ରେ ଛିଡାହେଲେ ପୁର୍ବତନ ସାଂସଦ । 1

ତିର୍ତୋଲ, 17/07/2025, ବିକ୍ରମ ଓଡ଼ିଶା ନିୟୁଜ: ଲୋକଙ୍କ ଅସୁବିଧା ରେ ଛିଡାହେଲେ ପୁର୍ବତନ ସାଂସଦ ।
Article Image
ତୁରନ୍ତ ସମସ୍ୟା ର ସମାଧାନ ବାଟ କାଢ଼ିବାକୁ କେନ୍ଦ୍ର ମନ୍ତ୍ରୀ ଙ୍କୁ କଲେ ଚିଠି ।ତିର୍ତ୍ତୋଲ-୧୬/୭-(ରିପୋର୍ଟ-ଟୁକନ ସେଠି)-ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚୟତ ଅଧିନସ୍ତ ରାଜସ୍ୱ ଗ୍ରାମ ବେଗୁନିଆ,ମଠସାହି,କୋର କୋର ଓ ଯଜାଙ୍ଗ ଇତ୍ୟାଦି ଗ୍ରାମରେ ଏଆରଟେଲ ଓ ବି.ଏସ.ଏନ ଏଲ ସେବା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।ଭାରତ ର ବୃହତ୍ତମ ସେବା ପ୍ରଦାନକାରି ଡୁଙ୍ଗୁରା ପିଟୁଥିବା ସଂସ୍ଥା ଏ.ଆର.ଟେଲ କମ୍ପାନୀ ବେଗୁନିଆ ଓ ମଠସାହି ରେ ସେବା ଦେବାରେ ବିଫଳ ହୋଇଛି । ସେହିଭଳି ଭାରତ ସରକାରଙ୍କ ଦୁରସଂଚାର ସଂସ୍ଥା ବି.ଏସ.ଏନ. ଏଲ କଥା ନ କହିବା ଭଲ କେବେ ଛାତ ଉପରେ ନେଟୱର୍କ ଆସୁଛି ଗୋଟେ ବାଡ଼ି ତ କେବେ ନାହିଁ । ଏହା ଖବର ପ୍ରସାରଣ ପରେ ଲୋକଙ୍କ ଅସୁବିଧା କୁ ଦୃଷ୍ଟିରେ ରଖି ପୁର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡି ର ଆଇଟି ସେଲ ଅଧ୍ୟକ୍ଷ ଡ଼ .ଅମର ପଟ୍ଟନାୟକ କେନ୍ଦ୍ର ସରକାର ଙ୍କ ଦୂର ସଂଚାର ମନ୍ତ୍ରୀ ଐଶ୍ଵନି ବୈଷ୍ଣବ ଙ୍କୁ ଏକ ଚିଠି ଲେଖୀଛନ୍ତି । ଜିଲ୍ଲାରେ ଡବଲ ଇଞ୍ଜିନ ତଥା କେନ୍ଦ୍ର ସରକାରଙ୍କ ସାଂସଦ ଥାଉଥାଉ, ପୁର୍ବତନ ରାଜ୍ୟ ସଭା ସାଂସଦ ଙ୍କ ଏଭଳି ପ୍ରୟାସକୁ ଦେଖି ଅଞ୍ଚଳ ବାସୀ ଡ଼.ଅମର ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।ପ୍ରକଶ ଥାଉକି ଏହି କଟରା ପଞ୍ଚାୟତ ର ବହୁ ବାସିନ୍ଦା ଏଠାରେ ଜିଓ କୁ ଆପଣେଇ ନେଇଥିବା ବେଳେ ଗରିବ ଲୋକମାନେ ପଇସା ଅଭାବରୁ ଦାମୀ ଫୋନ କିଣିବାରେ ଅସମର୍ଥ ହେଉଥିବା ବେଳେ ଜରୁରୀ କାଳୀନ ପରିସ୍ଥିତି ରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଆଜିକାଲି ଯୁଗରେ ପିଲାମାନେ ମଧ୍ୟ ଅନ ଲାଇନ ପାଠ ପଢିବା ରୁ ବଂଚିତ ହେଉଛନ୍ତି ।