ତିର୍ତୋଲ, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ଭିନ୍ନ ଏକ ରଜ ଉତ୍ସବ : ପୂଜ୍ୟପୂଜା ତିର୍ତ୍ତୋଲ-୧୬/୬- (ରିପୋର୍ଟ-ଟୁକନ ସେଠୀ)-ରବିବାର ସନ୍ଧ୍ୟା 7 ଘଟିକା ସମୟରେ ଚର୍ତୁଦଶତମ ପୂଜ୍ୟପୂଜା କାର୍ଯ୍ୟକ୍ରମ ଉତ୍କଳମଣି ପୂଜ୍ୟପୂଜା ସଂସଦ, ଶାଗବାରିଆ ରଜ ମହୋଉତ୍ସବ ମଣ୍ଡପ ଶିଳନ୍ଦୀ, , ଖୋନ୍ଦୋଳ ଠାରେ ଅନୁଷ୍ଠିତ ହୋଇଥିଲା l ସାଂସଦର ସଭାପତି ନରେନ ଦଶ ବୟସ୍କ ନାଗରିକ ମାନଙ୍କୁ ମାନପାତ୍ର ଓ ଉପତୌଳନ ପ୍ରଦାନ କରିଥିଲେ l ଏଥିରେ 25 ଜଣ ବରିଷ୍ଟ ନାଗରିକଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିଲା l ସଭାର ସମସ୍ତ କାର୍ଯ୍ୟକର୍ମୀ ଉପସ୍ଥିତ ରହି କାର୍ଯ୍ୟ ଟିକୁ ସୁଚାରୁରୂପେ ପରିଚାଳନା କରିଥିଲେ l ସମ୍ପାଦକ କିଶୋର କୁମାର ଦାସ ବିବରଣୀ ପାଠ କରିବା ସହିତ ରଜ ମହୋତ୍ସବ ର ସଭାପତି ଶ୍ରୀ ଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ଅନ୍ତର ରୁ ଗଭୀର କୃତଜ୍ଞତା ଜ୍ଞାମପନ କରିଥିଲେ l ଏଥିରେ ଇ. ପ୍ରଶ୍ନନ କୁମାର ମଲ୍ଲିକ,ସନ୍ନମାନର ସହିତ ପରିଚାଳନା କରିଥିଲେ l ଶ୍ରୀ ଯୁକ୍ତ ରସାନନ୍ଦ ସାହୁ ପ୍ରାପ୍ତବସର ଶିକ୍ଷା ଜିଲ୍ଲାଅଧିକାରୀ ଜଗତସିଂହପୁର ସନ୍ନମାନିତ କରାଯାଇଥିଲା l ଉପସ୍ଥିତ ବରିଷ୍ଟ ନାଗରିକ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଶ୍ରୀ ଯୁକ୍ତ ରମେଶ କୁମାର ସେଠି ଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା. ଶ୍ରୀ ଯୁକ୍ତ ସୁଧୀର କୁମାର ଖୁଣ୍ଟିଆ ବରିଷ୍ଟ ଆଇନଜିବି ଓ ଶ୍ରୀ ଯୁକ୍ତ ଲୋକନାଥ ବଡ଼ପଣ୍ଡା ଶିକ୍ଷାବିତି ସଭାକୁ ପରିଚାଳନା କରିଥିଲେ l ସର୍ବଶେଷରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ଶାଗବାରିଆର ସମ୍ପାଦିକା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାମ୍ପନ କରିଥିଲେ