Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 17/07/2025, ବିକ୍ରମ ଓଡ଼ିଶା ନିୟୁଜ: ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ବନ ମହୋତ୍ସବ ପାଳିତ

ନାଉଗାଁ ୧୭/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ ସେଠୀଙ୍କ ପୌରୋହିତ୍ୟରେ ଏବଂ ଏନ୍ସିସି ଅଧିକାରୀ ତଥା ଇକୋ କ୍ଲବ୍ ଇନ ଚାର୍ଜ ଶିକ୍ଷକ ଶ୍ରୀମାନ ମାନସ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା। ବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ମାନେ, ଇକୋ କ୍ଲବ୍ର ଛାତ୍ରଛାତ୍ରୀମାନେ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଏକ ସଚେତନତା ରାଲି କରାଯାଇଥିଲା। ଏହା ପରେ ଠିକ୍ ୧୧ ଘଟିକା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ଯୋଗଦେଇ ବନ ମହୋତ୍ସବ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ। ପରେ ବିଦ୍ୟାଳୟ ପ୍ରାଙ୍ଗଣରେ "ମା ପାଇଁ ଗଛଟିଏ" ଅଭିଯାନରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶକ୍ତି କ୍ଲବ୍ ଇନ ଚାର୍ଜ ଶିକ୍ଷୟିତ୍ରୀ ସମୀକ୍ଷା ଗିରି, ଶିକ୍ଷକ ଶ୍ରୀଯୁକ୍ତ ପୁରୁଷୋତ୍ତମ ତ୍ରିପାଠୀ, ଶ୍ରୀମାନ ସନ୍ତୋଷ କୁମାର ପରିଡା, ଶ୍ରୀଯୁକ୍ତ ପ୍ରଳୟ ରଞ୍ଜନ ବେହେରା, ସ୍ଵାତି ସ୍ୱାଇଁ, ସୁଶ୍ରୀ ସଙ୍ଗୀତା ସ୍ୱାଇଁ, ଶ୍ରୀମତୀ ବେବିନା ସେଠି, ଶ୍ରୀମତୀ ମିଲି ପ୍ରଧାନ, ଶ୍ରୀମତୀ ପୁଷ୍ପାଞ୍ଜଳି ସ୍ୱାଇଁ, ଶ୍ରୀଯୁକ୍ତ ବିନ୍ନତ ଖୁଣ୍ଟିଆ ଓ କର୍ମଚାରୀ ଶ୍ରୀମତୀ ସ୍ନେହଲତା ଲେଙ୍କା, ଶ୍ରୀମାନ ଚିନ୍ମୟ ଲେଙ୍କା ସହଯୋଗ କରିଥିଲେ।