Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ, ସହଜରେ ଗ୍ରହଣ କରି ପାରୁନାହାନ୍ତି ଗଣେଷ ବଜାର ବ୍ୟବସାୟୀ 1

କାକଟପୁର, 18/07/2025, ବିକ୍ରମ ଓଡ଼ିଶା ନିୟୁଜ: ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ, ସହଜରେ ଗ୍ରହଣ କରି ପାରୁନାହାନ୍ତି ଗଣେଷ ବଜାର ବ୍ୟବସାୟୀ
Article Image
ଗଣେଶ ବଜାର ସମ୍ପୂର୍ଣ ବନ୍ଦକାକଟପୁର ତା ୧୭/୭,( ତୁଷାର ଦୀକ୍ଷିତ ) କାକଟପୁର ବଜାରରେ ଆଜକୁ ତିରିଶ ବର୍ଷ ଠାରୁ ଅଧିକ ବ୍ୟବସାୟ କରି ଆସୁଥିବା ଗଣେଷ ବଜାରରେ ପୂଜାସାମଗ୍ରୀ ଦୋକାନ କରିଥିବା ନୂଆହାଟ ( ବେତେଣ୍ଡା ) ଗ୍ରାମର କୁନ ଚନ୍ଦ୍ର ସ୍ୱାଇଁ (କୁନିଆ) ୫୧ ବର୍ଷ ବୟସରେ ବୁଧବାର ରାତ୍ର ୯ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଯାଇଛି l ସେ ତିରିଶ ବର୍ଷ ରୁ ଉର୍ଦ୍ଧ ଏହି ବଜାରରେ ରହି କାକଟପୁର ରେ ନିଜର ଏକ ସୋତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଜଣେ ହୃଦୟ ବାନ ମିଷ୍ଟଭାଷୀ, ପରୋପକାରୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଅଞ୍ଚରେ ଯେତିକି ପରିଚିତ ଥିଲେ ତା ଠାରୁ ଅଧିକ ସମସ୍ତଙ୍କୁ ନିଜର କରିବାର କ୍ଷମତା ତାଙ୍କ ପାଖରେ ଥିଲା ସେଥିପାଇଁ ଗୋଟିଏ ଯୁଗ ସେ କାକଟପୁର ଅଞ୍ଚଳ ରେ ବିତାଇ ସାରିଲେଣି ହଟାତ ତାଙ୍କର ମୃତ୍ୟୁ ଖବର କୁ କେହି ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି, କିନ୍ତୁ ବିଧିର ବିଧାନ କିନ୍ତୁ ଅଲଗା ଭୁବନେଶ୍ୱର ରୁ ଆସି ମୃତ ଶରୀର କାକଟପୁର ବଜାରରେ ପହଞ୍ଚିବା ପରେ ଗଣେଷ ବଜାରର ବିଶିଷ୍ଟ ବ୍ୟବସାୟୀ ମାନେ ତାଙ୍କ ମର ଶରୀରକୁ ବଜାର ପରିକ୍ରମା କରିବା ପରେ ତାଙ୍କର ନିଜ ପୈତୃକ ଗ୍ରାମ ବେତେଣ୍ଡା ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ଜ୍ୟେଷ୍ଠ ପୁତ୍ର ଶୁଭମ ସ୍ୱାଇଁ ମୁଖାଗ୍ନି ଦେଇଥିବାବେଳେ, ତାଙ୍କର ଏକମାତ୍ର କନ୍ୟା, ପରିବାର,ବନ୍ଧୁପରିଜନ ଏବଂ ଶୁଭେଛୁ ମାନେ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l କୁନିଆଙ୍କ ମୁର୍ତ୍ୟୁରେ ସାରା ଅଞ୍ଚଳ ସମେତ ବେତେଣ୍ଡା ଗ୍ରାମ ଶୋକର ଛୟା ରେ ଭାଙ୍ଗି ପଡିଛି