Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ 1

ତିର୍ତୋଲ, 18/07/2025, ବିକ୍ରମ ଓଡ଼ିଶା ନିୟୁଜ: ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସତିର୍ତ୍ତୋଲ-୧୭/୭-(ରିପୋର୍ଟ-ଟୁକନ ସେଠୀ)ଫକୀର ମୋହନ ସେନାପତି ବିଶ୍ବବିଦ୍ଯାଳୟ ର ଛାତ୍ରୀ ସୌମ୍ଯାଶ୍ରୀ ବିଶି ର ମୃତ୍ଯୁ ସାରା ରାଜ୍ଯ ରେ ହଇଚଇ ସୃଷ୍ଟି କରିଛି । ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ମିଳିତ ବିରୋଧୀ ଦଳ ତରଫରୁ ଛାତ୍ରୀ ଙ୍କୁ ନ୍ଯାୟ ଦେବା ଓ ନାରୀ ନିର୍ଯ୍ଯାତନା ରୋକିବାରେ ବିଜେପି ସରକାର ର ବିଫଳତା ବିରୋଧରେ ଆଜି ଓଡିଶା ବନ୍ଦ ଡାକରା ଦେଇଥିଲେ । ଓଡିଶା ବନ୍ଦ ର ସିଧାସଳଖ ପ୍ରଭାବ ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ।
Article Image
କଂଗ୍ରେସ ନେତା ଇଂ ହିମାଂଶୁ ଭୂଷଣ ମଲ୍ଲିକ ଓ ପିସିସି ସଭ୍ଯ ଦେବ ପ୍ରସାଦ ନାୟକ ଙ୍କ ପରାମର୍ଶ କ୍ରମେ ବ୍ଲକ କଂଗ୍ରେସ ର ନେତୃବୃନ୍ଦ ତିର୍ତ୍ତୋଲ ସ୍ଥିତ ସରଣୀ ବଜାର ରେ ଟାୟାର ଜା଼ଳି ମୁଖ୍ଯ ରାସ୍ତା କୁ ଅବରୋଧ କରିଥିଲେ ଏବଂ ଯେଉଁ ଲୋକ ମାନେ ଆସୁଥିଲେ ସେମାନଙ୍କୁ ଚକଲୋଟ ଦେଇ ବନ୍ଦ ପାଳନ କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । କଂଗ୍ରେସକର୍ମକର୍ତ୍ତା ମାନେ ବାଇକ ରାଲି ରେ ଯାଇ, ଡିଆରଡିଏ କାର୍ଯ୍ଯାଳୟ , ଜିଲ୍ଲା କୃଷି ଅଧିକାରୀ ଙ୍କ କାର୍ଯ୍ଯାଳୟ , ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ , ବ୍ଲକ , ତହସିଲ , ଆଦକିବ ସାରଳା ଦାସ ମହାବିଦ୍ଯାଳୟ ,ବିଭିନ୍ନ ସରକାରୀ ବିଦ୍ଯାଳୟ , ବିଇଓ ଅଫିସ , ବିଭିନ୍ନ ବ୍ଯାଙ୍କ ଏବଂ ଆଦି କୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରି ଛାତ୍ରୀ କୁ ନ୍ଯାୟ ଦେବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଅନ୍ଯପଟରେ ସଅଁରା ଛକ ଠାରେ ଟାୟାର ଜାଳି ଜୟପୁର - ଜଗତସିଂହପୁର ମୁଖ୍ଯ ରାସ୍ତା କୁ ଅବରୋଧ କରିଥିଲେ ଏବଂକୃଷ୍ଣାନନ୍ଦପୁର ,ଜଗନ୍ନାଥପୁର , କଟରା , କନକପୁର , ମୂଳିସିଂହ ସ୍ଥିତ ବଜାର ଗୁଡିକୁ ମଧ୍ଯ କଂଗ୍ରେସ କର୍ମୀ ବନ୍ଦ କରିଥିଲେ ।ତତସହିତ ବ୍ଲକ କଂଗ୍ରେସ ନେତୃବୃନ୍ଦଗଣ ଏପରି ଘଟଣା ଓଡିଶା ଇତିହାସ ରେ ବିରଳ ଏବଂ ସରକାର ଙ୍କୁ ନ୍ଯାୟ ମାଗି ନ୍ଯାୟ ନ ପାଇ ଜୀବନ ହାରିଦେଇଥିବା ହେତୁ ନୌତିକତା ଦୃଷ୍ଟିରୁ ମୁଖ୍ଯମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଙ୍କ ର ଇସ୍ତଫା ଦାବି କରିଥିଲେ । ଏହି କାର୍ଯ୍ଯକ୍ରମ ରେ ବ୍ଲକ କଂଗ୍ରେସ ଉପ ସଭାପତି ଜିତେନ୍ଦ୍ର ମହାନ୍ତି , ଅଶ୍ବିନୀ ସ୍ବାଇଁ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ମଣିଜଙ୍ଗା ସରପଞ୍ଚ ଶଶଧର ମଲ୍ଲିକ , ତୁଳଙ୍ଗ ସମିତି ସଭ୍ଯ ଦେବୀ ପ୍ରସାଦ ପାଳ , ପ୍ରଶାନ୍ତ ଲେଙ୍କା , ଜୟନ୍ତ ପରିଜା , ତ୍ରିଲୋଚନ ସାହୁ , ମହମ୍ମଦ ଅବଦୁଲ ଓ୍ବାହିଦ , ମହମ୍ମଦ ଇସମାଇଲି , ବ୍ରଜ କିଶୋର ମଲ୍ଲିକ , ବିକ୍ରମ ଦାଶ , ପ୍ରଦିପ୍ତ ଶତପଥୀ , ଗଗନ ବିହାରୀ ସାହୁ ,ସୁଭାଶିଷ ସ୍ବାଇଁ , ମାନସ ନନ୍ଦ , , କୃଷ୍ଣଚନ୍ଦ୍ର ସ୍ବାଇଁ , ଧନଞ୍ଜୟ ପୃଷ୍ଟି , ସାୟକ ରସୁଲ , ରିଙ୍କୁ ପାଳ , ଲଲାଟ କେଶରୀ ମହାପାତ୍ର , ସୁଦର୍ଶନ ମଲ୍ଲିକ , ଦିଗବିଜୟ ମହାନ୍ତି , ଲକ୍ଷ୍ମୀଧର ମନ୍ତ୍ରୀ ,ସଂଜୟ ସାହୁ , ପ୍ରସନ୍ନ କୁମାର ସାହୁ, ଉଦୟ ଭୂୟାଁ , ନୃସିଂହ ରାଉତ , ଜୟ ପ୍ରକାଶ ବେହେରା , ଅନିଲ ବେହେରା , ରାଜେଶ ଭୋଳ , ସୁବୋଧ ସାହୁ , ରାକେଶ ସ୍ବାଇଁ , ସୁମିତ ରାଉତ , ସୁନୀଲ ରାଣା , କାଳନ୍ଦୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।