Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ପାରାଦ୍ୱୀପ , 18/07/2025, ବିକ୍ରମ ଓଡ଼ିଶା ନିୟୁଜ: #ପାରାଦ୍ୱୀପ_ବନ୍ଦରରେ_୧୧_ଜଣ_Mock_Cleaning_ଶ୍ରମିକ_ପୁନଃ_ନିଯୁକ୍ତ_ପାଇଲେ
ତା ୧୬.୦୭.୨୦୨୫ ରିଖ, ପାରାଦୀପ ପୋର୍ଟ ୱର୍କର୍ସ ୟୁନିଅନର ସଭା ଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଦୀର୍ଘ ୧୮ ମାସ ହେଲା M/S.AKA Logistic Ltd., IOHP, PPA ରେ କାର୍ଯ୍ୟ କରୁଥିବା ୧୧ ଜଣ mock cleaning ଶ୍ରମିକ ଙ୍କୁ ଛଟେଇ କରିଥିଲା। ବହୁ ଚେଷ୍ଟା ପରେ ମଧ୍ୟ ଛଟେଇ କର୍ମଚାରୀ ମାନେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିଲେ lଆମର ପ୍ରିୟ ସଭାପତି ତଥା ଜଗତସିଂହପୁର ସାଂସଦ ଶ୍ରୀଯୁକ୍ତ #ବିଭୁପ୍ରସାଦ_ତରାଇ ଙ୍କ ପ୍ରଚେଷ୍ଟାରେ ଆଜି ୧୧ ପରିବାର ନିଜର ଚାକିରି ଫେରି ପାଇଛନ୍ତି।ଏହି ପରୀପେଖି ରେ ଆଜି ସମସ୍ତ mock cleaning ଶ୍ରମିକ ପ୍ରିୟ ସଭାପତିଙ୍କ ସହିତ ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ପ୍ରସାଦ ଶତପଥୀ, ଉପ ସଭାପତି ଶ୍ରୀ ଗୁଣନିଧି ଚୌଧୁରୀ, କୋଷାଧ୍ୟକ୍ଷ ଶ୍ରୀ ବ୍ରିଜେଶ କୁମାର ଲେଙ୍କା, ସମ୍ପାଦକ ଶ୍ରୀ ବିପ୍ଲବ କୁମାର ଜେନା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ସଭାପତି ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ ସମସ୍ତ ଶ୍ରମିକଙ୍କୁ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ଏବଂ ଶ୍ରମିକ ମାନଙ୍କୁ ଏକତା ରହିବାକୁ ଉପଦେଶ ଦେଇଥିଲେ ପାରାଦ୍ୱୀପ ରୁ ବିରଜା ସେଠି ଙ୍କ ରିପୋର୍ଟ