Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର।

କାକଟପୁର:-୧୬/୦୬ ( ତୁଷାର ଦୀକ୍ଷିତ ) କାକଟପୁର ବ୍ଳକ ସଭାଗୃହ ପରିସରରେ ଏ ଡି ଏମ ଶରତ ଚନ୍ଦ୍ର ବେହେରା, ସବ କଲେକ୍ମଟର ରାଜ କିଶୋର ଜେନା ମଣ୍ଡଳ ଉନ୍ନୟନ ଅଧିକାରୀ ବିଷ୍ଣୁ ଗୋବିନ୍ଦ ଓ କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଉପସ୍ଥିତିରେ ଜନଶୁଣାଣୀ ଶିବର ଅନୁଷ୍ଠିତ ହୋଇ ୧୪୬ ଟି ଅଭିଯୋଗର ଶୁଣାଣୀ ହୋଇଯାଇଛି। ଜିଲ୍ଲାପାଳଙ୍କ ସହ ପ୍ରାୟ ଜିଲ୍ଲାସ୍ତରୀୟ ବିଭାଗୀୟ ମୁଖ୍ୟଙ୍କ ଅନୁପସ୍ଥିତିରେ ଶିବିର ଏକ ପ୍ରକାର ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ କରିବାକୁ ଆସିଥିବା ଅଭିଯୋଗକାରୀଙ୍କ ଠାରୁ ପ୍ରକାଶ। ଅବ୍ୟବସ୍ଥା ମଧ୍ୟରେ ଅନୁଷ୍ଠିତ ଶିବିରରେ ଭିନ୍ନକ୍ଷମ ଟ୍ରାଇ ସାଇକେଲରେ ଆସିଥିବା ଅଭିଯୋଗକାରୀମାନେ ସିଧାସଳଖ ଶୁଣାଣୀ ଶିବିରକୁ ଯାଇନପାରି ଅସନ୍ତୋଷ ବ୍ୟକ୍ତ କରିଥିଲେ।କାରଣ ଉପର ମହଲାରେଥିବା ସଭାଗୃହକୁ ଶୁଣାଣୀ ଶିବିର ଭାବେ ସିଦ୍ଧାନ୍ତ ନିଆଯିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସବୁ ବର୍ଗର ଅଭିଯୋଗକାରୀଙ୍କ ବାବଦରେ ଚିନ୍ତା କରିବାର ଥିଲା।ଜଣେ ବରିଷ୍ଠ ନାଗରିକ ମଧ୍ୟ ସିଡ଼ିରେ ଚଢି ଯିବା ସମୟରେ ଝୁଣ୍ଟି ପଡିଥିବା ଦେଖିବାକୁ ମିଳିଥିଲା।ଅନ୍ୟପକ୍ଷରେ ବ୍ଳକ ପରିସରରେ ସାଧାରଣ ପରିଶ୍ରାଗାର ନ ଥିବାରୁ ଅଭିଯୋଗ କରିବାକୁ ଆସିଥିବା ପୁରୁଷ ମାନଙ୍କ ଅପେକ୍ଷା ମହିଳା ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କ ଅନୁପସ୍ଥିତ ଯୋଗୁଁ ବହୁ ସଂଖ୍ୟକ ଅଭିଯୋଗକାରୀ ଅଭିଯୋଗ ନ କରି ଫେରିଯାଇଥିଲେ। କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତରେ ଅଯୋଗ୍ୟ ହିତାଧୀକାରୀ ମାନେ ବାର୍ଦ୍ଧକ୍ୟ ଭର୍ତ୍ତା ପାଇଥିବା ଉକ୍ତ ପଞ୍ଚାୟତର ସମାଜସେବୀ କୈଳାସ ଲେଙ୍କା ଅଭିଯୋଗ କରିଥିବା ସହ ବିଶେଷ କରି ପାନୀୟ ଜଳ, ଜଳସେଚନ ପୁର୍ତ୍ତ ଓ ଗୃହନିର୍ମାଣ ଏବଂ ଆବାସ ଯୋଜନା ଉପରେ ଆପତ୍ତି ଅଭିଯୋଗ ହୋଇଥିଲା।