Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ଡ଼ଃ ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ।

ସମାଜର ସେବାରେ ବହୁତ ସାମାଜିକ ସଂଗଠନ ନିଜକୁ ନିୟୋଜିତ କରିଥାନ୍ତି,ତନ୍ମଧ୍ୟରୁ ଶ୍ରୀ ମା ନାରୀ ଶକ୍ତି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ଭିନ୍ନ, ତାର ମୁଖ୍ୟ ମମତା ସ୍ବାଇଁ ଜଣେ ନିଷ୍ଟାପର ସାମାଜିକ ସଂଗଠକ, ସେ ପ୍ରତ୍ୟେକ ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥାଆନ୍ତି,ଡକ୍ଟର ଦେବେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୂଲ୍ୟବାନ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିବା ବେଳେ ତାଙ୍କୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀମାନେ ସହଯୋଗରେ କରିଥିଲେ,ଫାଉଣ୍ଡର ମମତା ସ୍ୱାଇଁ ନିଜ ହାତରେ ପରିବେଶ ସଫାସୁତୁରା କରିଥିଲେ, shg ମହିଳା ମାନେ ଚାହିଁଲେ ଏ ସବୁ କାର୍ଯ୍ୟ କରିପାରନ୍ତେ, କିନ୍ତୁ ସବୁଜ ସୁନ୍ଦର ପାଇଁ କେବଳ ବିଭିନ୍ନ ସଂଗଠକ ଚାହିଁଲେ ହେବନି, ସଭିଏଁ ଏଭଳି ମହତ କାର୍ଯ୍ୟ କରିବା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ପିଲାମାନଙ୍କୁ ଉପଦେଶ ଦେଇଥିଲେ, ବୃକ୍ଷ ହିଁ ଜୀବନ ବୃକ୍ଷର ବହୁତ୍ ଉପାଦେୟତା ଅଛି, ପରିବେଶ ର ସନ୍ତୁଳନ କେବଳ ବୃକ୍ଷ ହିଁ କରିଥାଏ, ଏଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତ ଶିକ୍ଷକ ,ଅଭିଭାବକ ଏହାକୁ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ,,ଛାତ୍ର ଛାତ୍ରୀ ମାନଙ୍କୁ ଚକୋଲେଟ ବାଣ୍ଟି ଶ୍ରୀମତୀ ମମତା ସ୍ୱାଇଁ ଉତ୍ତତ୍ସାହିତ କରିଥିଲେ,ଶ୍ରୀ ମା ନାରୀ ଶକ୍ତି ଫାଉଣ୍ଡେସନ ର ମୁଖ୍ୟ ମମତା ସ୍ବାଇଁ ଭବିଷ୍ୟତରେ ସମାଜ ତଥା ପିଲା ମାନଙ୍କ ପାଇଁ ବହୁତ କିଛି କରିବାର ଆଶା ରଖିଥିବା ବେଳେ ଦକ୍ଷତା ବୃଦ୍ଧି ପାଇଁ ଆତ୍ମ ନିର୍ଭର ଶିଳ ହେବା ପାଇଁ ସିଲେଇ ଟ୍ରେନିଂ ବ୍ୟବସ୍ଥା କରିବେ ବୋଲି କହିଥିଲେ ,ସମାଜର ସେବାରେ ସର୍ବଦା ନିଜକୁ ନିୟୋଜିତ ରଖିବେ ବୋଲି ଗଣ ମାଧ୍ୟମ ଆଗରେ ମତ ରଖିଥିଲେ,ରିପୋର୍ଟ - ପ୍ରମୋଦ ମଲ୍ଲିକ
