ତିର୍ତୋଲ, 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗାଁ ବିଲରେ ହଳ କରୁଥିବା ବେଳେ କୃଷକର ପରଲୋକ ତିର୍ତ୍ତୋଲ-୧୮/୭-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଇଡପାଟଣା ଗ୍ରାମ କୁମ୍ଭାରସାହି ର ପରମାନନ୍ଦ ମୁଦୁଲି (ପ୍ରଭୁ) ଗତ ଶୁକ୍ରବାର ଦିନ ସକାଳବେଳା ତେନ୍ତୁଳିପଦା ଗାଁ ବିଲରେ ହଳ କରୁଥିବା ସମୟରେ ତଳେ ମୁହଁ ମାଡିହୋଇ ପଡି ଯାଇଥିଲେ। ଆଖ ପାଖ ରେ ଥିବା ଲୋକମାନେ ଏପରି ଅବସ୍ଥାରେ ପଡିରହିଥିବା ଦେଖି ଛାନିଆ ହୋଇ ଯାଇଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡ଼ାକି ତାଙ୍କୁ ନିକଟସ୍ଥ ମଣିଜଂଗା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ମଧ୍ୟ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କର ଏହି ଆକସ୍ମିକ ମୃତ୍ୟୁ ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।