Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଭୁବନେଶ୍ୱର , 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ବିଚ୍ ରାସ୍ତାରେ ନାବାଳିକାଙ୍କୁ ପେଟ୍ରୋଲ୍ ଢାଳି ଲଗାଇଦେଲେ ନିଆଁ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର । ପୁଣି ସାମ୍ନାକୁ ଆସିଲା ଭୟଙ୍କର ଘଟଣା
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମଦାହ ଜନିତ ମୃତ୍ୟୁ ଖବର ମନରୁ ଲିଭି ନଥିବା ବେଳେ ପୁଣି ଓଡ଼ିଶାରେ ଘଟିଛି ଆଉ ଏକ ଦୁଃଖଦ, ଅଭାବନୀୟ ଅମାନବୀୟ, ଅମାନୁସିକ ଘଟଣା ଘଟିଛି । ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନାରୁ ଆସିଛି ଏକ ଛାତିଥରା ଘଟଣା । ଜଣେ 15 ବର୍ଷୀୟ ନାବାଳିକା ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି 3 ଦୁର୍ବୃତ୍ତ । ଏମ୍ସରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ଘଟଣାରୁ ଜଣାପଡିଛି ଯେ, ନିମାପଡା ନିକଟସ୍ଥା ବାଇଆବର ର ଜଣେ ଯୁକ୍ତ ଦୁଇ ଛାତ୍ରୀ ତାହାର ସାଙ୍ଗ ଘରକୁ ସାଇକେଲରେ ଯାଉଥିଲା। ହେଲେ ବାଟରେ ତିନିଜଣ ଦୁର୍ବତ୍ତ ତାଙ୍କୁ ଯୋରଜବରଦସ୍ତ ଅଟକାଇଥିଲେ। ତା ଦେହରେ ପେଟ୍ରୋଲ ଢାଳି ନିଆ ଲଗାଇଦେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଅଧିକ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି।ଏହି ଘଟଣା ପରେ ବଳଙ୍ଗା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଘଟଣାସ୍ଥଳରେ ବଳଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି ।