କୁଜଙ୍ଗ , 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ( ମା ସନ୍ତୋଷି ଜରାଶ୍ରମ କୁ ରୋଷୋଇ ସରଞ୍ଜାମ ପ୍ରଦାନ)। କୁଜଙ୍ଗ ୧୯/୦୭ ପେସାରେ ସେ ଜଣେ ଡାକ୍ତର କିନ୍ତୁ ନିଶା ତାଙ୍କର ସମାଜ ସେବା | ଦୁଖୀ ଲୋକଙ୍କର ଦରଦୀ ବନ୍ଧୁଟିଏ ସେ | ଦୀନଦରିଦ୍ରଙ୍କୁ ଦେଖିଲେ ସେ ତତ୍କ୍ଷଣାତ ବଢ଼ାଇ ଦିଅନ୍ତି ସାହାଯ୍ୟର ହାତ | ନିଜ ଚାକିରୀ ଜୀବନର ପାରିଶ୍ରମିକରୁ ସେ ସେମାନଙ୍କ ପାଇଁ ଖର୍ଚ କରିଦିଅନ୍ତି ଲକ୍ଷ ଲକ୍ଷ ଟଙ୍କା | ଏଭଳି ଜଣେ ଡାକ୍ତର ହେଉଛନ୍ତି କୁଜଙ୍ଗ ମେଡିକାଲର ସତ୍ୟଜିତ ପ୍ରଧାନ | ତାଙ୍କ ବାପା ମନୋରଞ୍ଜନ ପ୍ରଧାନ ପାରାଦୀପ ବାଲିଝରା ସଂତୋଷୀ ଜରାଶ୍ରମର ଜଣେ ସ୍ଥାୟୀ ସଦସ୍ୟ ହୋଇଥିବାବେଳେ ବାପାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଏହି ଜରାଶ୍ରମକୁ ଆସିଥିଲେ ବୁଲିବାକୁ | ଆଉ ସେଠାରେ ମୋଟ ୬୧ ଜଣ ଅନ୍ତେବାସୀଙ୍କ ଦୁଃଖ ଦେଖି ସେ ସାହାଯ୍ୟ କରିବାକୁ ମନ ବଳାଇଥିଲେ | ପ୍ରତିଦିନ ଜାଳେଣି କାଠର ଅଭାବ ପାଇଁ ରୋଷେଇ କରିବାକୁ ହଇରାଣ ହରକତ ହେଉଥିବା ଜରାଶ୍ରମକୁ ସେ ସମସ୍ତ ରୋଷେଇ ସରଞ୍ଜାମ ଦେବାକୁ ପ୍ରତିଶୃତି ଦେଇଥିଲେ | ଗତ ଶୁକ୍ରବାର ଦିନ ଡ଼ାକ୍ତର ସତ୍ୟଜିତ ପ୍ରଧାନ ଓ ତାଙ୍କ ବାପା ମନୋରଞ୍ଜନ ପ୍ରଧାନ, ଡ଼ାକ୍ତର ପ୍ରିତମ ଶ୍ରୀ କୁମାର ଓ ବାଉରି ବନ୍ଧୁ ମହାପାତ୍ର ପହଂଚିଥିଲେ ଜରାଶ୍ରମରେ | ଚାରିଟି ଗ୍ୟାସ ଟାଙ୍କି , ବଡ ଚୁଲା ସହ ବଡ ବଡ ଡିସ୍କ ସବୁ ସେ ଦାନ କରିଥିବା ଦେଖିବାକୁ ମିଳିଛି | ପ୍ରତି ମାସରେ ଜରାଶ୍ରମକୁ ଦୁଇଟି ଗ୍ୟାସ ମଧ୍ୟ ପ୍ରଦାନ କରିବେ ବୋଲି ସେ ପ୍ରତିଶୃତି ମଧ୍ୟ ଦେଇଛନ୍ତି | ଲକ୍ଷାଧିକ ଟଙ୍କାର ରୋଷେଇ ସରଞ୍ଜାମ ପାଇଁ ଜରାଶ୍ରମର ଅନ୍ତେବାସୀ ମାନେ ମଧ୍ୟ ବହୁତ ଖୁସି ବ୍ୟକ୍ତ କରିଛନ୍ତି |।