Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କଅଁଳ ନିଷ୍ପାପ ଶିଶଙ୍କୁ ଛାଡି ମା ନିଖୋଜ, ଚିନ୍ତାରେ ସ୍ୱାମୀ, ଶାଶୁ,ଶ୍ୱଶୁର 1

କାକଟପୁର, 19/07/2025, ବିକ୍ରମ ଓଡ଼ିଶା ନିୟୁଜ: କଅଁଳ ନିଷ୍ପାପ ଶିଶଙ୍କୁ ଛାଡି ମା ନିଖୋଜ, ଚିନ୍ତାରେ ସ୍ୱାମୀ, ଶାଶୁ,ଶ୍ୱଶୁର
Article Image
କାକଟପୁର ୧୯/୭,କାକଟପୁର ବ୍ଲକ ସୁହାଣପୁର ଗ୍ରାମ ବାଣୁଆ ସାହି ଗ୍ରାମ ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା, ଯାହାକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଏକ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି, ୨ ଟି କୋମଳମତି ଶିଶୁକନ୍ୟା ପ୍ରତ୍ୟେକ ଦିନ ହାତରେ ଗୋଟେ ମହିଳା ଙ୍କ ଫୋଟୋ ନେଇ ସାଇ ପଡିଶା ଘରେ ଖୋଜୁଛନ୍ତି, ସେ ଆଉ କେହି ନୁହନ୍ତି ବରଂ ସେଇ ଶିଶୁକନ୍ୟାଙ୍କ ଜନ୍ମଦାତ୍ରୀ ମା' ପୂଜାରାଣୀ ପ୍ରଧାନ, ସୂଚନା ଅନୁଯାଇ ସୁହାଣପୁର ଗ୍ରାମ ରେ ପୀତବାସ ଘଡେଇ ଙ୍କ ସାନ ପୁଅ ଦେବବ୍ରତ ଘଡେଇ ସେହି ଗ୍ରାମ ରେ ବଳରାମ ପ୍ରଧାନ ଙ୍କ ଝିଅ ପୂଜା ଙ୍କୁ ୬ ବର୍ଷ ହେବ ପ୍ରେମ ବିବାହ କରିଥିଲେ, ୨ ଜଣ ଙ୍କ ଦାମ୍ପତ୍ୟ ଜୀବନ ବେଶ ହସଖୁସିରେ ଚାଲିଥିଲା,ମାତ୍ର ଗତ ଜୁନ ୧୪ ତାରିଖ ରେ ଉଭୟ ଦମ୍ପତି କାକଟପୁର ବଜାର କୁ କୌଣସି ବ୍ୟକ୍ତିଗତ କାର୍ଯ୍ୟ ରେ ଆସିଥିଲେ ମାତ୍ର ସ୍ୱାମୀ ପାନ କିଣିବାକୁ ଯାଇ ଫେରିଲା ବେଳକୁ ଘଟଣା ସ୍ଥଳରେ ତାଙ୍କ ସ୍ତ୍ରୀ ପୂଜା ନଥିଲେ, ସ୍ୱାମୀ ଦେବବ୍ରତ ଘଡେଇ ଜୈନକ ଜଣେ ବ୍ୟକ୍ତି ଙ୍କ ଉପରକୁ ସନ୍ଦେହ କରି ସ୍ତ୍ରୀ ଙ୍କ ନିଖୋଜ ଉପରେ କାକଟପୁର ଥାନା ରେ ଏତଲା କରିଛନ୍ତି, ମାତ୍ର ଘଟଣା ରେ ଏକ ମାସ ପୂରିଯାଇଛି ଦେବବ୍ରତ ସେହି ଗ୍ରାମ ରେ ନିଜ ଶଶୁର ଘର, ବନ୍ଧୁ ବାନ୍ଧବ ଏବଂ ବିଭିନ୍ନ ସ୍ଥାନ ଖୋଜାଖୋଜି କରି ଥକି ଯାଇଛନ୍ତି କିନ୍ତୁ ସ୍ତ୍ରୀ ରେ ସନ୍ଧାନ ପାଇନାହାନ୍ତି, ଦେବବ୍ରତ ଜଣେ ଡ୍ରାଇଭର ଅଟନ୍ତି, କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ସେ ନିଜ ଶିଶୁ କନ୍ୟା ୨ ଙ୍କର ଲାଳନ ପାଳନ ସହିତ ଘରେ ୨ ବୃଦ୍ଧ ବାପା ମା ଙ୍କ ସେବା ରେ ରହି ରୋଜଗାର କ୍ଷେତ୍ର କୁ ଯାଇପାରୁନାହାନ୍ତି,ଗୋଟେ ମାନସିକ ଦୁଶ୍ଚିନ୍ତା ଭିତରେ କାଳାତିପାତ କରୁଛନ୍ତି, ଆଉ ଗଣମାଧ୍ୟମ ସାମ୍ନା ରେ ନିଜ ଧର୍ମପତ୍ନୀ ଙ୍କୁ କୋମଳମତି ଶିଶୁ ମାନଙ୍କ ଦାୟିତ୍ୱ ଆଉ ତାଙ୍କ ମାତୃତ୍ୱ ଫେରାଇ ଦେବାକୁ ନିବେଦନ କରିଛନ୍ତି,ଏ ସଂକ୍ରାନ୍ତରେ କାକଟପୁର ଆଇଆଇସି ଉମେଶ ଚନ୍ଦ୍ର ସାହୁ ପଚାରିବାରେ ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଏବଂ ଏକ ନିଖୋଜ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ l
Article Image