Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ଦେଉଳିମଠରେ ବୃକ୍ଷରୋପଣ ମହୋତ୍ସବ ପାଳିତ,
କାକଟପୁର ତା ୧୯/୭ ( ତୁଷାର ଦୀକ୍ଷିତ ) ଆଜି ପୁରୀଜିଲ୍ଲା କାକଟପୁରର ଦେଉଳିମଠ ପରିସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଓ ବରୋଦା ବ୍ୟାଙ୍କ କାକଟପୁର ଶାଖା ମିଳିତ ସହଯୋଗରେ ବୃକ୍ଷ ରୋପଣ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ କାକଟପୁର ବନଖଣ୍ଡ ଅଧିକାରିଣୀ ମୋନାଲିସା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଦ୍ୱାରା ପରିବେଶରେ ସ୍ୱଛତା ଆସିପାରିବ ବୋଲି ମତବ୍ୟକ୍ତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କାକଟପୁର ବିଡ଼ିଓ ବିଷ୍ଣୁ ଗୋବିନ୍ଦ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ମଙ୍ଗଳା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, କାକଟପୁର ସରପଞ୍ଚ ଅଭୟ ସେଠୀ, ସମାଜସେବୀ ଜ୍ଞାନରଞ୍ଜନ ସାହୁ, ବ୍ରହ୍ମାକୁମାରୀ ନିରୁପମା, ଦୁଷ୍ମନ୍ତ ପରିଡା, ବରୋଦା ବ୍ୟାଙ୍କ ଶାଖା ପରିଚାଳକ ବିଶ୍ୱଭୂଷଣ ସାହୁ, ସୂର୍ଯ୍ୟନାରାୟଣ ପ୍ରମୁଖ ଯୋଗଦେଇ ବାଜପୁର ରାସ୍ତା ଠାରୁ ଦେଉଳିମଠ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରି ଗଛ ଲଗାନ୍ତୁ ଏବଂ ବିଶ୍ୱ ବଞ୍ଚାନ୍ତୁ ବୋଲି ନାରା ଦେଇଥିଲେ l