Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରାଚୀ କ୍ଷେତ୍ର ରୁ ଶ୍ରୀକ୍ଷେତ୍ର ଅଭିମୁଖେ ଫଳଭାର

କାକଟପୁର ତା ୧୬/୬,୧୦୮ ସୁବାସିତ ଜଳରେ ଗାଧୋଇବା ପରେ ଶ୍ରୀଜିଉ ଅସୁସ୍ଥ ହୋଇପଡ଼ିଛନ୍ତି । ଅଣସର ପିଣ୍ଡିରେ ଚାଲିଛି ତାଙ୍କର ଚିକିତ୍ସା । ସାଆନ୍ତେ ଏବେ ଜ୍ୱରରେ , ଖାଇବାକୁ କିଛି ରୁଚୁନି । ସେଥିପାଇଁ ପରମ୍ପରା ଅନୁସାରେ କାକଟପୁରରୁ ଶ୍ରୀକ୍ଷେତ୍ରକୁ ଗଲା ଅଣସର ଫଳଭାର । ପୁରୀ ଜିଲ୍ଲା କାକଟପୁରର ମହର୍ଷି ବିଶ୍ଵାମିତ୍ର ଆଶ୍ରମରୁ ୩୫ ପ୍ରକାରର ସ୍ବାଦିଷ୍ଟ ଫଳ ପୁରୀ ଯାଉଛି । ଅଣସର ଘରେ ଥିବା ଶ୍ରୀଜିଉ ଏବେ ଅସୁସ୍ଥ ଅଛନ୍ତି । ତେଣୁ ଏହି ଫଳ ମହାପ୍ରଭୁଙ୍କୁ ଲାଗି ହେବ । ଫଳଭାର ଆଶ୍ରମରୁ ଯିବାବେଳେ ଭଜନ କୀର୍ତ୍ତନରେ କମ୍ପିଥିଲା ଆଶ୍ରମ ପରିସର । ଏବେ ଅଣସର ପିଣ୍ଡିରେ ଶ୍ରୀ ବିଗ୍ରହ ମାନଙ୍କର ଚାଲିଛି ଗୁପ୍ତ ସେବା | ଏହି ସମୟରେ ଶ୍ରୀମନ୍ଦିର ରେ ମହାପ୍ରସାଦ ସେବା ବନ୍ଦ ରହିଛି ,ସେବାୟତ ମାନେ ଜର ରୋଗରୁ ଉପଶମ ହେବାପାଇଁ ଦଶମୂଳ ଚେରମୂଳୀ ସେବା ଚାଲିଛି | ମହାପ୍ରଭୁ ଙ୍କ ନିକଟରେ ଏବେ ବିଭିର୍ନ ପ୍ରକାର ଫଳମୂଳ ଲାଗି କରାଯାଉଛି | ଏଥିପାଇଁ କାକଟପୁର ର ପ୍ରାଚୀତଟ ରେ ରହିଥିବା ବିଶ୍ଵାମିତ୍ର ଆଶ୍ରମ ପକ୍ଷରୁ ଭକ୍ତ ମାନେ ସେମାନଙ୍କ ବାଡି ରେ ରହିଥିବା ପଣସ ,ନଡିଆ ,ଆମ୍ବ ,ପିଜୁଳି ,ସପୁରି ,ଖଜୁରୀ ,ସହିତ ପଦ୍ମ ଫୁଲ ଏବଂ ତୁଳସୀ କୁ ଏହି ଆଶ୍ରମ ଠାରେ ଏକାଠି କରି କାକଟପୁର ରୁ ଶ୍ରୀକ୍ଷେତ୍ର ଅଭିମୁଖେ ଅଣସର ଫଳ ଭାର ଯାଉଛି | ଏହି ପରମ୍ପରା ୧୯୯୨ ମସିହାରୁ କାକଟପୁରର ନେତୃତ୍ୱରେ ସ୍ଥାନୀୟ ଯୁବ ପୀଢ଼ି ମାନଙ୍କ ସହଯୋଗରେ ହୋଇଆସୁଅଛି l ଏଭଳି ଭବ୍ୟ ସେବାପାଇଁ ଅଞ୍ଚଳ ବାସୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳ ର ବିଶିଷ୍ଟ ବ୍ୟକ୍ତି
