Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 19/07/2025, ବିକ୍ରମ ଓଡ଼ିଶା ନିୟୁଜ: ବଜାର କମିଟି ର ନିର୍ଦେଶ ବଜାର ରେ ମଦ ବିକିଲେ କି ମଦ୍ୟପାନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

କାକଟପୁର ୧୯/୭(ତୁଷାର ଦୀକ୍ଷିତ ) ସରକାର ଙ୍କ ରାଜସ୍ୱ ପାଣ୍ଠି ବୃଦ୍ଧି ରେ ବର୍ତ୍ତମାନ ଅବକାରୀ ବିଭାଗ ର ସ୍ୱତନ୍ତ୍ର ସ୍ଥାନ ରହିଛି। ଅସ୍ତରଙ୍ଗ ଅଞ୍ଚଳ ରେ କିଛି ମଦ ମାଫିଆ ସରକାର ଙ୍କ ଗାଇଡ଼ ଲାଇନ ରୁ ବାହାରି ଚୋରା ମଦ ବ୍ୟବସାୟ ରେ ମାତିଛନ୍ତି, ଯାହାକୁ ନେଇ ଅସ୍ତରଙ୍ଗ ଅଞ୍ଚଳ ରେ ବିଭିନ୍ନ ସମୟରେ ଅନେକ ଅଘଟଣ ଘଟିଛି କିନ୍ତୁ ଅସ୍ତରଙ୍ଗ ପୋଲିସ ତରଫରୁ ଏସବୁ ବନ୍ଦ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ ଫଳରେ ଗ୍ରାମାଞ୍ଚଳ ରେ ନିଶାଗ୍ରସ୍ତ ଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଯାହା ସାଧାରଣ ଲୋକଙ୍କ ଜୀବନ ଶୈଳୀ କୁ ପ୍ରଭାବିତ କରୁ ଥିବାରୁ ପ୍ରଶାସନ ଉପରେ ଭରସା ନକରି ବଜାର କମିଟି ନେଇଛି ଦୃଢ଼ ନିଷ୍ପତି ବଜାର ରେ ମଦ କେହି ମଦ ବିକିବେନି କି କେହି ମଦ ପିଇବିବେନି କମିଟି ନିର୍ଦେଶ କୁ ଅବମାନନା କଲେ ହେଵ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏହିଭଳି ଏକ ନିର୍ଦେଶ ଥିବା ପୋଷ୍ଟର ବଜାର ରେ ପ୍ରତ୍ୟେକ ଦୋକାନ ଓ ଅନ୍ୟ ସ୍ଥାନରେ ମରାଯାଇଛି।, ଏହି ସଚେତନତା ବାର୍ତ୍ତା ଆସିଛି ପୋଟଳ ଛକ ଲଷ୍ମୀ ବଜାର ରୁ ପୋଷ୍ଟର ରେ ଲେଖା ଯାଇଛି ବଜାର ରେ କୌଣସି ସ୍ଥାନରେ ମଦ ବିକ୍ରି କି ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ ଅନ୍ୟଥା ବିହୀତ କାର୍ଯ୍ୟାନୁଷ୍ଠାନ, ଅସ୍ତରଙ୍ଗ ଅଞ୍ଚଳ ରେ ପୋଟଳ ବଜାର ଏକ ଛୋଟ ମାର୍କେଟ ରେ ଚୋରା ମଦ ବ୍ୟବସାୟୀ ଓ ମଦ୍ୟପ ଙ୍କ ପାଇଁ ଯେତେବେଳେ ଲୋକ ଏକତ୍ରିତ ହେଉଛନ୍ତି ସେହି ପରିସ୍ଥିତି ରେ ଅସ୍ତରଙ୍ଗ ମୁଖ୍ୟ ବଜାର ରେ କଣ ପାଇଁ ନୁହେଁ ବୋଲି ସାଧାରଣ ରେ ପ୍ରଶ୍ନବାଚୀ କରିଛି l ସୂଚନା ମୁତାବକ ଅସ୍ତରଙ୍ଗ ବଜାର ରେ ୨ ଗୋଟି ବାର ଏକ ଗୋଟି ପଞ୍ଜିକୃତ ମଦ ଦୋକାନ ଓ ହାଟ ଗଳି ରେ ୧ ଗୋଟି ଦେଶୀ ଦୋକାନ ସ୍ୱୀକୃତି ପାଇଛି ମାତ୍ର ଦୁଇଟା ବାର ଥାଇ ମଧ୍ୟ ଦିନ ତମାମ ବଜାର ରେ ଥିବା ବେଆଇନ ଉଠା ଚାଖେଣୀ ଦୋକାନ ଖୁଲୁମ ଖୁଲା ଖୋଲୁଛି କୃତିମ ବାର ଯେଉଁ କାରଣ ରୁ ମଦ୍ୟପ ଙ୍କ ସଂଖ୍ୟା ରାସ୍ତା ଘାଟ ରେ ଏଭଳି ବୃଦ୍ଧି ହେଉଛି ସ୍କୁଲ, କଲେଜ, ବଜାର, ହସ୍ପିଟାଲ, ଥାନା, ତହସିଲ ବ୍ଲକ କିମ୍ବା ଅନ୍ୟ ସାଧାରଣ ଯାତ୍ରୀ ଙ୍କ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି ହେଉଛି, ଆଜି ନିମାପଡା ବଳଙ୍ଗା ଅଞ୍ଚଳ ରେ ଯେପରି ଜଣେ ଛାତ୍ରୀ ଙ୍କ ସହ ୩ ଦୁର୍ବୁର୍ତ୍ତ ଜଘନ୍ୟ କାଣ୍ଡ ଘଟାଇଛନ୍ତି ସେଥିପାଇଁ ଏହି ମଦ୍ୟପ ଙ୍କ ଆଡ୍ଡା ଦେଈ ରାସ୍ତା ଅତିକ୍ରମ କରୁଥିବା କଲେଜ ବିଦ୍ୟାଳୟ ଛାତ୍ରୀ ମାନେ ସମ୍ପୂର୍ଣ୍ଣ ଭୟଭୀତ ହେଈ ଯାଇଛନ୍ତି, ମୋଟାମୋଟି ଭାବେ କହିବାକୁ ଗଲେ ପୋଟଳ ବଜାର ର ବାର୍ତ୍ତା ଅସ୍ତରଙ୍ଗ ମୁଖ୍ୟ ବଜାର ରେ କରାଗଲେ ଅସ୍ତରଙ୍ଗ ବଜାର କୁ ମଦ୍ୟପ ମୁକ୍ତ କରାଯାଇପାରିବ, ଏଥିପାଇଁ ପୋଲିସ ପ୍ରଶାସନ ସହିତ ଜନସାଧାରଣ ଙ୍କୁ ସଚେତନତା ହେବାକୁ ବିଭିନ୍ନ ମହଲ ରେ କୁହାଯାଇଛି l