Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 20/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋଚର ଜମି ରକ୍ଷାକରିବାରେ ତହସିଲ ପ୍ରଶାସନ ଅକ୍ଷମ, କୋର୍ଟ ର ଦ୍ୱାରସ୍ତ ହେଲେ ସରପଞ୍ଚ
ତିର୍ତ୍ତୋଲ-୨୦/୭-ତିର୍ତ୍ତୋଲ ଥାନା ଅନ୍ତର୍ଗତ ତାଳପଡ଼ା ମୌଜାର ଗୋଚର କିସମ ଖାତା ନ-୮୨୮ ପ୍ଲାଟ ନ.୧୯୫୦ରେ ଜୋର ଜବରଦସ୍ତ ବେଆଇନି ସ୍ଥାୟୀ ନିର୍ମାଣ ତେରମାଣପୁର ନିବାସୀ ଶିଶିର ଦାସ।ଏହି ନିର୍ମାଣ କୁ ନେଇ ତାଳପଡ଼ା ସରପଞ୍ଚ ,କୁଜଙ୍ଗ ତହସିଲଦାର,ଜଗତସିଂହପୁର ଜିଲ୍ଲାପାଳ ଙ୍କୁ ଜଣାଇ କୈଣସି ସୁଫଳ ନ ପାଇ କୁଜଙ୍ଗ କୋର୍ଟ ର ଦ୍ଵାରସ୍ତ ହୋଇଛନ୍ତି।ଆଇ.ଏ. ନ-୧୩୫/୨୫ମୁତାବକ ମାନ୍ୟବର ଅଦାଲତ ସ୍ତିତାବସ୍ତା ବଜାରଖିବାକୁ ନିର୍ଦେଶ ଦେଇଛନ୍ତି।ଏହି ଆଦେଶ କୁ କାର୍ଯ୍ୟକାରୀ କରିବାକୁ ତାଳପଡ଼ା ସରପଞ୍ଚ ତିର୍ତ୍ତୋଲ ପୋଲିସ ର ଦ୍ଵାରସ୍ତ ହୋଇଥିବା ବେଳେ ଆଗକୁ କଣ ହେଉଛି ଦେଖିବାକୁ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଉଛୁକତା ଦେଖାଦେଇଛି।