Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 20/07/2025, ବିକ୍ରମ ଓଡ଼ିଶା ନିୟୁଜ: ଝଙ୍କଡ଼ ସାହିତ୍ଯ ସଂସଦର ସ୍ବନକ୍ଷତ୍ରଉତ୍ସବ

ତିର୍ତ୍ତୋଲ:୨୦/୦୭-(ରିପୋର୍ଟ-ଟୁକନ ସେଠୀ)- ଜନ୍ମଜାତକ ପ୍ରତ୍ଯେକ ବ୍ଯକ୍ତି ତଥା ଅନୁଷ୍ଠାନମାନଙ୍କ ପାଇଁ ଏକ ତଥାକଥିତ ଦସ୍ତାବିଜ କହିଲେ ଅତ୍ଯୁକ୍ତି ହେବନାହିଁ। ପତ୍ଯେକଙ୍କ ବୟସର ମାପକାଠିହିଁ ,ତାଙ୍କ ଗୌରବ ଓ ଗରିମାର ପରିଚୟ ପ୍ରଦାନ କରିଥାଏ ବୋଲି ଝଙ୍କଡ଼ ସାହିତ୍ଯ ସଂସଦର ସ୍ବନକ୍ଷତ୍ର ଦିବସରେ ଅଧ୍ଯକ୍ଷତା କରିବା ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇ ମତବ୍ଯକ୍ତ କରିଥିଲେ ।ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦାସ୍ଥିତ ଆଖଣ୍ଡଳେଶ୍ଵର ମନ୍ଦିର ପରିସର ମଧ୍ଯରେ ଅନୁଷ୍ଠିତ ଏହି ଉତ୍ସବରରେ ମୁଖ୍ଯଅତିଥି ପ୍ରାଧ୍ଯପିକା ଡକ୍ଟର ବିଷ୍ଣୁପ୍ରିୟା ଦାସ ଯୋଗଦାନ କରିଝଙ୍କଡ଼ ସାହିତ୍ଯ ସଂସଦ ଭାଇଚାରାର ଏକ ନିଆରା ପରଂପରା ସୃଷ୍ଟିକରି ଅନ୍ଯମାନଙ୍କ ନିକଟରେ ଆଦର୍ଶ ପଣିଆର ନିଦର୍ଶନ ସୃଷ୍ଟି କରି ପାରିଛି ବୋଲି କହିଥିଲେ ।ସମ୍ମାନନୀୟ ଅତିଥିଭାବେକୋଷାଧ୍ଯକ୍ଷ ଝୁଲରାମ ଦାସ, ପ୍ରାବନ୍ଧିକଚୌଧୁରୀ ରାଧାମୋହନ ପରିଜା,ଅଧ୍ଯାପିକା ରାଜଶ୍ରୀ ସ୍ବାଇଁ,ଝଙ୍କଡ଼କନ୍ଯାସବିତା ନାୟକ ଓ କବୟିତ୍ରୀ ଅଞ୍ଜନାମହାନ୍ତି ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନର ଐତିହ୍ଯ ଓ ପରଂପରା ଉପରେ ଆଲୋକପାତ କରିଥିଲେ ।ସଂଗଠନ ସମ୍ପାଦକ ପଣ୍ଡିତ ବାସବ କୁମାର ନନ୍ଦ ପ୍ରାରମ୍ଭିକ ସୂଚନାରେକହିଲେକି,ଝଙ୍କଡ଼ ସାହିତ୍ଯ ସଂସଦପଞ୍ଚ ଦେବଦେବୀ ତଥା ଝଙ୍କଡ଼ବାସିନୀମା' ଶାରଳା,ଆଖଣ୍ଡଳେଶ୍ଵର ମହାଦେବ,ମା' ବିଲଶାରଳା,ମହାପ୍ରଭୁ ଶ୍ରୀଜଗନ୍ନାଥଓ ଗୋରଖନାଥଙ୍କ କରୁଣାଶିଷ ଲାଭକରି ତା'ର ଗନ୍ତବ୍ଯ ପଥରେ ଆଗେଇଚାଲିଛି ।ଅନ୍ଯମାନଙ୍କ ମଧ୍ଯରେ ଶିକ୍ଷାବିତ୍ ରବିନାରାୟଣ ପଣ୍ଡା,ଆଶିଷ କୁମାର ପରିଜା, ପ୍ରଭାତ କୁମାର ପରିଜା,ଶ୍ରଦ୍ଧାଞ୍ଜଳି ଦାସ,ଅଶୋକ କୁମାର ଲେଙ୍କା,ଦିଗମ୍ବର ରାଉତ,ବିକାଶ କୁମାର ପରିଜା, ସନ୍ତୋଷ କୁମାର ଦାସ ଓ ପୂଜକ ପବିତ୍ରକୁମାର ଦାଶ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।ଅନୁଷ୍ଠାନର ଉପଦେଷ୍ଟା ନିତ୍ଯାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।