Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 20/07/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତଲ ବ୍ଳକ ରେ ହୋଇପାରୁନି ସରକରି କାର୍ଯ୍ୟ ର ଵିଲ , ଲୋକେ ହନ୍ତସନ୍ତ ।

ତିର୍ତ୍ତଲ : ଡବଲ ଇଞ୍ଜିନ ସରକାର ବିଭିନ୍ନ ଯୋଜନା କୁ ରୂପାନ୍ତର କରି ବିଭିନ୍ନ କାର୍ଯ୍ୟ ମାଧ୍ୟମ ରେ ସାଧାରଣ ଲୋକଙ୍କ ପାଇଁ ଭେଟି ଦେଉଛନ୍ତି ବହୁ ପ୍ରକଳ୍ପ । ସାଧରଣ ଜନତା କାର୍ଯ୍ୟ କୁ ଠିକ ଭାବରେ ତୁଲାଇ ବା ସହିତ ଖର୍ଚ୍ଚ କରିଥିବା ଅର୍ଥ କୁ ସରକାର ଙ୍କ ଠାରୁ ବ୍ଳକ ଓ ବିଭିନ୍ନ ସଂସ୍ଥା ମାଧ୍ୟମରେ ପାଉଛନ୍ତି । ଏହାର ବିକଳ ଚିତ୍ର ଦେଖିବାକୁ ମିଳିଛି ତିର୍ତ୍ତଲ ବ୍ଳକ ରେ । ବ୍ଲକ ର ଆଜକୁ ପ୍ରାୟ ୨ ମାସରୁ ଅଧିକ ହେଲା ସାଧାରଣ ଲୋକ କାମ କରିସାରିଛନ୍ତି କିନ୍ତୁ ବିଡ଼ିଓ ମହାଶୟ ମାନମାନି ପାଇଁ ସାଧାରଣ ଲୋକ ମାନେ ଵିଲ ହୋଇ ପାରୁନଥିବା ଅଭିଯୋଗ ଆସିଛି । କେବଳ ସେତିକି ନୁହଁ ବିଡିଓ ମହାଶୟ ପୁରୀ ରେ ରଥଯାତ୍ରା ଡିଉଟି କୁ ସାରି କୁଆଡେ ଟ୍ରେନିଂ ରେ ଯାଇଥିବା ବେଳେ କୁଜଙ୍ଗ ବିଡିଓ ଙ୍କୁ ଏହି ତିର୍ତ୍ତଲ ଭଳି ସମ୍ବେଦନଶୀଳ ବ୍ଳକ କୁ ଅତିରିକ୍ତ ଦାଇତ୍ୱ ପ୍ରଦାନ କରା ଯାଇଥିବା ବେଳେ ତିର୍ତ୍ତଲ ବିଡିଓ ଚାର୍ଜ ରେ ଥିବା ବିଡିଓଙ୍କୁ ସବୁ କାମ ହସ୍ତାନ୍ତର ନ କରିବା ହେତୁ ବ୍ଳକ ବହୁ କାମ ପଡି ରହିଛି ବୋଲି ଚର୍ଚ୍ଚା ହେଉଛି ! ସେହିପରି ତିର୍ତ୍ତଲ ବ୍ଳକ ରେ ସ୍ଥାୟୀ ସହକାରୀ ଯନ୍ତ୍ରୀ ନଥିବାରୁ ଚାର୍ଜ ରେ ଥିବା ଯନ୍ତ୍ରୀ ମନଇଚ୍ଛା କେତେ ବେଳେ ବ୍ଳକ ଆସୁଛନ୍ତି ତାହା ଜଣାପଡୁ ନାହିଁ ! ଏଭଳି ଅସୁବିଧା ସବୁ ଦେଖିବାକୁ ଗଲେ କେତେ ସରକାରୀ କର୍ମଚାରୀ ଙ୍କର କେତେ ବ୍ଳକ ଓ ଲୋକଙ୍କ ପ୍ରତି ଦାଇତ୍ୱ ତାହା ବାରିହୋଇ ପଡୁଛି । ଏହି ବାବଦରେ ଗତ ସପ୍ତାହରେ ଇବ୍ରିସିଂ ପଞ୍ଚାୟତ ର କିଛି ଲୋକେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପିଟିସନ ପକାଇଥିବା ଜଣାପଡ଼ିଛି ।ଦେଖଯାଉ ଆଉ କେତେଦିନ ଲୋକମାନେ ଏଭଳି ହଇରାଣ ହରକତ ହେଲେ ସରକାର ଙ୍କ ଚେତା ପଶୁଛି ଦେଖିବାକୁ ବାକି ରହିଲା ।