Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଭୁବନେଶ୍ୱର, 20/07/2025, ବିକ୍ରମ ଓଡ଼ିଶା ନିୟୁଜ: ବଳଙ୍ଗାରେ ପହଞ୍ଚିଲେ ପୋଲିସ ଡିଜି; ସ୍ପଟ୍କୁ ଯାଇ କଲେ ସ୍ଥିତି ଅନୁଧ୍ୟାନ

ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ) ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ଆଜି ଅପରାହ୍ଣରେ ପୁରୀ ଜିଲ୍ଲା ବଳଙ୍ଗାରେ ପହଞ୍ଚିଛନ୍ତି। ଡିଜି ୱାଇ. ବି. ଖୁରାନିଆ ବଳଙ୍ଗା ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଭେଟିବା ସହିତ କଥାବାର୍ତ୍ତା କରିଛନ୍ତି। ଏଥି ସହିତ ସେ ସ୍ଥାନୀୟ ଲୋକ ଓ ପୀଡିତାଙ୍କର ସଂପର୍କୀୟଙ୍କ ସହିତ କଥା ହୋଇଛନ୍ତି। ଏହି ଅବସରରେ ପୁରୀ ଏସ୍ପି ପିନାକ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଫଳରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ ଅଧିକ ଚିକିତ୍ସା କରାଯିବ। ଏଭଳିସ୍ଥିତିରେ ପୋଲିସ ଡିଜି ୱାଇ. ବି. ଖୁରାନିଆ ବଳଙ୍ଗାରେ ପହଞ୍ଚି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କ ସହ ପୁରୀ ଏସ୍ପି ପିନାକ ମିଶ୍ରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଅନ୍ୟପକ୍ଷେ ବଳଙ୍ଗା ଘଟଣାସ୍ଥଳ ଅନୁଧ୍ୟାନ ପରେ ଡିଜିପି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ରବିବାରେ ଦୁଇଟି ସ୍ପେଶାଲ ଟିମ୍ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି। SFSL ଏବଂ ଏମ୍ସ ଫୋରେନସିକ ଟିମ୍ ପ୍ରମାଣ ସଂଗ୍ରହ କରିଛନ୍ତି। କିଛି ତଥ୍ୟ ହସ୍ତଗତ ହୋଇଛି। ଆଉ କିଛି ତଥ୍ୟ ଆସିବାର ବାକି ରହିଛି ବୋଲି ଗଣମାଧ୍ୟମକୁ ସେ ପ୍ରକାଶ କରିଛନ୍ତି।