Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସମାଜ ସେବୀ ଙ୍କ ଦ୍ୱାରା ବୃକ୍ଷ ରୋପଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ 1

ନାଉଗାଁ, 20/07/2025, ବିକ୍ରମ ଓଡ଼ିଶା ନିୟୁଜ: ସମାଜ ସେବୀ ଙ୍କ ଦ୍ୱାରା ବୃକ୍ଷ ରୋପଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ
Article Image
ନାଉଗାଁ :୨୦/୦୭: ବିକ୍ରମ ଓଡିଶା ନିୟଜୁ,ନାଉଗାଁ ଅଞ୍ଚଳ ର ପ୍ରସିଦ୍ଧ ପୀଠ ପ୍ରଭୁ ସାଧୁଗୋସ୍ୱାମୀ ଙ୍କ ପୀଠ ରେ ଆଜି ନାଉଗାଁ ଅଞ୍ଚଳ ର ଜଣାଶୁଣା ସମାଜସେବୀ ତଥା ଦୁଃଖ ସୁଖ ର ସାଥି ଶ୍ରୀଯୁକ୍ତ ଦୀପକ ବିଶ୍ୱାଳ ଙ୍କ ପୌରାହିତରେ ପୀଠ ପରିସରରେ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ଦୀପକ ବିଶ୍ୱାଳ ଙ୍କ ସହିତ ପ୍ରକାଶ ଚନ୍ଦ୍ର ଜେନା,ଭିକାରି ଚରଣ ସ୍ୱାଇଁ, ବିନୟ କିଶୋର ମହାପାତ୍ର, ମିହିର ପାଲ, ସହଦେଵ ପାଲ, ଗଣେଶ ମୁଦୁଲି, ଦୀପକ ଜେନା, ନିତ୍ୟାନନ୍ଦ ବିଶ୍ୱାଳ, ବିବେକାନନ୍ଦ ବାରିକି, ସନାତନ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ନାଉଗାଁ ଅଞ୍ଚଳ ର ଶତାଧିକ ଶ୍ରୀ ବିଶ୍ୱାଳ ଙ୍କ ସମର୍ଥକ ମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଛନ୍ତି l ଅନ୍ୟପଟେ ଶ୍ରୀ ବିଶ୍ୱାଳ ଙ୍କ ଲୋକ ପ୍ରିୟତା ଏବେ ସମଗ୍ର ଜଗତସିଂହପୁର ଜିଲ୍ଲା ରେ ଏବେ ବଢ଼ିବାରେ ଲାଗିଛି,ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ବ୍ୟତୀତ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ, ଯୁବ ପିଢ଼ି ମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଗ୍ରାଧିକାର ଦେବା କ୍ରୀଡ଼ ର ବ୍ୟାପକ ଉନ୍ନତି ପାଇଁ ସେ ସବୁ ସମୟରେ ସହଯୋଗ କରୁଥିବା ଦେଖିବାକୁ ମିଳିଛି l ତେବେ ଶ୍ରୀ ବିଶ୍ୱାଳ ଙ୍କ ସମର୍ଥକ ମାନେ ଏହି କାର୍ଯ୍ୟକ୍ରମ ରେ ତାଙ୍କୁ ସମ୍ବୋର୍ଦ୍ଧିତ କରିବା ସହିତ ନାଉଗାଁ ଅଞ୍ଚଳ ର ଉନ୍ନତି ଦିଗରେ ସାମିଲ ହୁଅନ୍ତୁ ବୋଲି ସମର୍ଥକ ମାନେ ମତ ପ୍ରକାଶ କରିଛନ୍ତି l
Article Image