Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବେଆଇନି ଶୋଭାଯାତ୍ରା ରେ ଡିଜେ, ଅମାନିଆ ଯାତ୍ରୀ | 2

ଜଗତସିଂହପୁର , 20/07/2025, ବିକ୍ରମ ଓଡ଼ିଶା ନିୟୁଜ: ପାଣିଭାର ଯାତ୍ରା ରେ ପ୍ରବଳ ଭିଡ,ବେଆଇନି ଶୋଭାଯାତ୍ରା ରେ ଡିଜେ,ଅମାନିଆ ଯାତ୍ରୀ |
Article Image
~~~~~~~~~~~~~
Article Image
ଜଗତସିଂହପୁର 20/7/2025. ଜଗତସିଂହପୁର ସଦର ମହକୁମା ଠାରୁ 5କିମି ଗଲେ ଆଳିପିଙ୍ଗଳ ଠାରେ ଦେବୀ ନଦୀରେ ଏକ ପୋଲ ପଡେ |ପୋଲର ଆରପଟେ ବଚ୍ଛସାଇଲୋ ଗ୍ରାମରେ ନଦୀ ପଠାରେ କେତକୀଶ୍ୱର ମହାଦେବ ପୂଜିତ |ଏହି ସ୍ଥାନଟି ଜଗତସିଂହପୁର ଓ କଟକ ଜିଲ୍ଲାର ସୀମାରେ ଅବସ୍ଥିତ |ଓଡିଶାର ଏକ ବିସ୍ତିର୍ଣ ଅଞ୍ଚଳ ସହିତ ଏହିସ୍ଥାନଟିର ସଡ଼କପଥ ସଂଯୋଗ ରହିଛି |ଏଇ କିଛି ବର୍ଷ ଏହି ଘାଟରୁ ବୋଲବମ ଯାତ୍ରୀମାନେ ପାଣି ଉଠାଇ ବିଭିନ୍ନ ଅଞ୍ଚଳର ଶିବମନ୍ଦିରକୁ ନେଉଛନ୍ତି |ପ୍ରତିବର୍ଷ ଯାତ୍ରୀଙ୍କ ସଂଖ୍ୟା ବଢ଼ିବଢ଼ି ଯାଉଛି |ଚଳିତ ବର୍ଷ 2ୟ ପାଳିରେ 7ହଜାର ରୁ ଅଧିକ ଯାତ୍ରୀ ପାଣି ଭାର ନେଉଥିବା, ଦେଖିବାକୁ ମିଳିଥିଲା |ଏହି ଘାଟରେ ନଦୀ ଭିତରକୁ ଅଣଓସାରିଆ ବାଟ, ବିପଦସଂକୁଳ ନଦୀଶଯ୍ୟା ଓ ସ୍ରୋତ |ମୋଟେ ପହଁରା ଶିଖିନଥିବା ଲୋକମାନେ ନଦୀସ୍ରୋତରେ ବୁଡ଼ ପକାଉଛନ୍ତି |ସେଥିରେ ନାବାଳିକା, ନାବାଳକ, ଯୁବକ, ଯୁବତୀ ଓ ମହିଳାମାନଙ୍କ ସଂଖ୍ୟା ଅତ୍ୟନ୍ତ ଚିନ୍ତା ଜନକ |ଗୋଟିଏ ଜାଗାରେ ଶତାଧିକ ଡିଜେ ପରିବେଷଣ ପରିବେଷକୁ ବିଷାକ୍ତ କରୁଥିଲା |ଘଣ୍ଟା, ଘଣ୍ଟା ଧରି ସ୍ଥାନୀୟ ଅଂଚଳରେ ରାସ୍ତା ଯାମ |ଏ ଯେଉଁ ରାତ୍ରିକାଳୀନ ଶୋଭାଯାତ୍ରା, ରାଜରାସ୍ତାରେ ଚାଲିଛି ଓ ଡିଜେ ବାଜୁଛି ସେଥିପାଇଁ, କେହି ଅନୁମତିପ୍ରାପ୍ତ ନୁହନ୍ତି |ସବୁ ବେଆଇନି |ଆଗକୁ ଆଉ ଦୁଇଟି ପାଳି ଅଛି, ଭକ୍ତଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ପାଇବ, ପ୍ରଶାସନ ସଜାଗ ରହୁ |ସମଗ୍ର ଓଡିଶା ରେ ଏହି ଯାତ୍ରା କୁ ଶୃଙ୍ଖଳିତ ପରିଚାଳନା ପାଇଁ ସରକାର ଏକ ମାର୍ଗଦର୍ଶିକା ଜାରିକରିବାପାଇଁ ସାଧାରଣରେ ଦାବୀ ହେଉଛି |ସରୋଜ ନାୟକ ଙ୍କ ରିପୋର୍ଟ