Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 16/06/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର, ଅସ୍ତରଙ୍ଗ ଅଞ୍ଚଳ ରେ ଯାଞ୍ଚ୍ ହେଉନି ଖାଦ୍ୟର ମାନ;
ଝାଡା ବାନ୍ତି ବ୍ୟାପିବାର ଆଶଙ୍କା

କାକଟପୁର ୧୬/୬i(ତୁଷାର ଦୀକ୍ଷିତ) ରାଜ୍ୟ ର ୭ଟି ଜିଲ୍ଲାରେ କାୟା ବିସ୍ତାର ଡାଈରିୟା ତା ଭିତରେ ପ୍ରଶାସନ ସଜାଗ ହେବାର ଆବଶ୍ୟକତା ରହିଛି ପୁରୀଜିଲ୍ଲା କେଉଁଠି ଦୂଷିତ ପାଣି,ଅପରିଷ୍କାର ବାସିଖାଦ୍ୟ, ଆଶ୍ୱାସ୍ଥ୍ୟକର ପରିବେଶ, ରାସ୍ତା କଡ଼ ରେ ଚାଲୁଚି ମାଳମାଳ ହୋଟେଲ ଓ ଫାଷ୍ଟଫୁଡ୍ ଦୋକାନ କିନ୍ତୁ ଖାଦ୍ୟ, ସ୍ୱାସ୍ଥ୍ୟ ବିଭାଗ ଆଖିମୁଜିଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ର ସୂଚନା ଅନୁସାରେ ଉତ୍ତମ ଖାଦ୍ୟ ପାନୀୟ ନିରୋଗ ରହିବାର ଚାବିକାଠି । ଉତ୍ତମ କହିଲେ କେବଳ ଗୁଣାତ୍ମକ ଦୃଷ୍ଟିରୁ ନୁହେଁ ବରଂ ଖାଦ୍ୟ ଉତ୍ତମ ପରିବେଶରେ ପରିଷ୍କାର ଭାବେ ରନ୍ଧା ହୋଇଥିବା ଆବଶ୍ୟକ। କିନ୍ତୁ ମାଳ ମାଳ ଖାଦ୍ୟ ସେଣ୍ଟର କୁ ଦେଖିଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ନଥିବା ପରି ମନେ ହେଉଛି। କାରଣ ଅସ୍ତରଙ୍ଗ ଓ କାକଟପୁର ବଜାର ରେ ନିମ୍ନ ମାନର ତେଲ, କଲର ସହିତ ଅସ୍ବାସ୍ଥ୍ୟକର ପରିବେଶରେ ଲୋକଙ୍କୁ ଖାଦ୍ୟ ରନ୍ଧାଯାଇ ବିକ୍ରୀ କରାଯାଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ସଚେତନ ହେଉନାହିଁ କି ପ୍ରଶାସନ ତରଫରୁ ସଚେତନତା କରା ଯାଉନି କିମ୍ବା ଉକ୍ତ ସେଣ୍ଟର ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳୁଚି ଯେଉଁ କାରଣରୁ ବଜାର ର ବିଭିନ୍ନ ସ୍ଥାନରେ ହୋଟେଲ ଓ ଫାଷ୍ଟଫୁଡ ସେଣ୍ଟରମାନ ଖୋଲି ଏହାକୁ ଏକ ଲାଭଜନକ ବ୍ୟବସାୟ ରୂପେ ଚଳାଉଛନ୍ତି। ଏହି ସେଣ୍ଟର ଗୁଡିକ ରେ ବେଳେ ବେଳେ ବଳକା ବାସି ଖାଦ୍ୟ ପଦାର୍ଥ ମଧ୍ୟ ଦେଉଥିବା ଅଭିଯୋଗ ହେଉଛି। ସହରରେ ଅଧିକାଂଶ ଜଳଖିଆ ଦୋକାନୀ ପରିବେଶ ଅପରିଷ୍କାର ରହୁଥିବା ବେଳେପିଇବାକୁ ଅତ୍ୟନ୍ତ ଦୂଷିତ ଜଳ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି। ପୂର୍ବ ଦିନ ମାନଙ୍କରେ କିଛି ହୋଟେଲ ଓ ଜଳଖିଆ ଦୋକାନରେ ଲୋକ ଦେଖାଣିଆ ଚଢ଼ାଉ କରି ବିଭାଗ ଚୁପ ହୋଇ ବସିଛି । ଫଳରେ ଅସ୍ଥାୟୀ ହୋଟେଲ ଓ ଉଠା ଦୋକାନୀଙ୍କୁ ଏହା ବେଶ ସୁହାଇଛି । ଖରାପ ଓ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀ ଧରାପଡିଲେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୪ ବର୍ଷ ଜେଲ ଦଣ୍ଡାଦେଶ ପାଇଁ ଆଇନର ବ୍ୟବସ୍ଥା ରହିଛି | ମାତ୍ର ଏହି ଅଞ୍ଚଳ ଲାଗି ଏହି ଆଇନ କେବଳ କାଗଜପତ୍ରରେ ସୀମିତ ରହିଛି। ଅନେକ ବ୍ୟବସାୟୀ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବାବେଳେ ବାହାରେ ସୋ କ୍ୟାସ ରେ ରଖୁଛନ୍ତି ଯାହା ଫଳରେ ମାଛି ଓ ବଜାରର ଧୂଳି ପଡି ଖାଦ୍ୟ କୁ ନଷ୍ଟ କରୁଛି ସେହିପରି ପନିପରିବା ମଧ୍ୟ ଅତି କଦର୍ଯ୍ୟ ଭାବରେ ରଖି ବିକ୍ରି କରୁଥିବା ଦେଖିବାକୁ ମିଳୁଛି । କେବଳ ହୋଟେଇ କି ଜଳଖୁଆ ଦୋକାନୀ ନୁହେଁ, ବରଂ ଠେଲାଗାଡିରେ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥର ମଧ୍ୟ ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ଓ ବିକ୍ରୀ ହେଉଛି। ନିମ୍ନମାନର ଖାଦ୍ୟ ଖାଇବା ଦ୍ବାରା ଫୁଡ ପଏଳନିଂ, ଡିସେଣ୍ଟ୍ରି, ବିଭିନ୍ନ ଜଳବାହିତ ରୋଗ, ନାଳଝାଡା, ଜଣ୍ଡିସ ପ୍ରଭୃତି ରୋଗ ବ୍ୟାପୀଥାଏ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।ତେଣୁ ଜନସାଧାରଣ ଙ୍କୁ ଏହି ସବୁ ରୋଗ ଠାରୁ ଦୁରେଇ ରଖିବା ପାଇଁ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହିତ ଖାଦ୍ୟର ମାନ ଯାଞ୍ଚ କରିବା ଗ୍ରାହକ ଙ୍କୁ ଉତ୍ତମ ଖାଦ୍ୟ ପରିବେଷଣ କୁ ଖାଦ୍ୟ ସେଣ୍ଟର ଗୁଡିକୁ ନିର୍ଦେଶ ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି। ଅପର ପକ୍ଷରେ କାକଟପୁର ବଜାର ର ମୁଖ୍ୟ ରାସ୍ତାରେ ଡ୍ରେନ ପାଣି ଓ ମଇଳା ପାଣିକୁ ମଧ୍ୟ ଛଡା ଯାଉଛି ଏହା ନିଶ୍ଚୟ ଡ଼ାଇରିଆ ବ୍ୟାପିବାର ବହୁ ସମ୍ଭାବନା ରହିଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି ଜଡ଼ି ବେଳହୁଁ ସାବଧାନତା ପ୍ରଶାସନ ଅବଲମ୍ବନ ନ କରେ ତାହାଲେ ଆଗକୁ ବିଷମ ସମସ୍ୟା ସୃଷ୍ଟି କରିବ ଏହା ନିଃସନ୍ଦେହ