Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଭୁତ ନାରେ ବିଜୁ ପକ୍କାଘର ମିଳିଛି ମିଛଟାରେ ବାପା ନା ପଡ଼ିଛି ପୁଅ ଏବେବି ଭଙ୍ଗା ଝାଟିମାଟି ଘରେ ଚଳୁଛି 1

ଜଗତସିଂହପୁର , 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ଭୁତ ନାରେ ବିଜୁ ପକ୍କାଘର ମିଳିଛି ମିଛଟାରେ ବାପା ନା ପଡ଼ିଛିପୁଅ ଏବେବି ଭଙ୍ଗା ଝାଟିମାଟି ଘରେ ଚଳୁଛି
Article Image
ହଁ ଆଜ୍ଞା ଆପଣମାନଙ୍କ ପାଇଁ ମିଛ ହେଇଥିଲେ ମଧ୍ୟ ଅଭିଯୋଗ କାରି ହରେକୃଷ୍ଣ ଦାସ ନାମକ ବଡଲହଙ୍ଗା ଗ୍ରାମର ଦଳିତ ସାହି ର ବ୍ଲକ ପ୍ରସାସନ ଓ ନିଜ ପଞ୍ଚାୟତ ବିରୋଧରେ ଆଣିଛନ୍ତି ଏଭଳି ସଙ୍ଗିନୀ ଅଭିଯୋଗ ଓ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ସୁଚନା ରୁ ପ୍ରକାଶ ଜଗତସିଂହପୁର ବ୍ଲକ୍ ସଦର ତରଡାପଡା ପଞ୍ଚାୟତ ର ବଡଲହଙ୍ଗା ଗ୍ରାମର ଦଳିତ ସାହିରେ ହରେକୃଷ୍ଣ ଦାସ ଓ ସ୍ତ୍ରୀ କୁନି ରାଉତ ଏକ ଦମ୍ପତ୍ତି ଦିର୍ଘବର୍ଷ ଧରି ଝାଟିମାଟି ଭଙ୍ଗା ଘରେ ରହୁଛନ୍ତି । ହରେକୃଷ୍ଣ ପରବିଲରେ ବା ପରଘରେ ଖଟିଲେ ପରିବାର ଚଳିବ ଏଭଳି ସ୍ଥିତିରେ ଦିର୍ଘବର୍ଷ ଧରି ଭଙ୍ଗାରୁଜା ଚାଳିଆ ଘରେ କିଛି ଛେଳି ରଖି ଦିନ କାଟୁଛନ୍ତି ବର୍ଷା ପବନ ହେଲେ ପରବାରଣ୍ଡା ରେ ରାତି କାଟୁଥିବା ବେଳେ ବିଗତ ସରକାର ସମୟରେ ବିଜୁ ପକ୍କାଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡି ଚପଲ ଗୋରି ହୋଇଗଲା ପଛେ ଘର ଖଣ୍ଡେ ମିଳିପାରିଲା ନାହିଁ ତାରି ଭିତରେ ଅନେକ ସରପଞ୍ଚ ବିଧାୟକ ବଦଳିଗଲେଣୀ ହେଲେ ଆକାସ କୁ ଚାହିଁ ରହିଛି ହରେକୃଷ୍ଣ ଜେତେ ଥର ପଞ୍ଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଜାଇଛି ପ୍ରତିଥର ଗୋଟିଏ ପ୍ରଶ୍ନ ବାପା ନାଁ ରେ ଆଗରୁ ଘର ମିଳିଛି। ହେଲେ ହରେକୃଷ୍ଣ ଗୋଟିଏ ଉତ୍ତର ମାଗୁଛି ମୋ ବାପା ଘରଖଣ୍ଡେ ପାଇଁ ଚାହିଁ ଚାହିଁ ମୃତ୍ୟୁ ବରଣ କଲେଣି କିନ୍ତୁ ଘର ଖଣ୍ଡେ ମିଳିପାରିଲା ନାହିଁ ମୁଁ ବି ପଞ୍ଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୌଡି ଘର ଗୋଟେ ମିଳିନାହିଁ ଜିଏ ଆସୁଛନ୍ତି ଘର କଥା କହିଲେ ଟଙ୍କା ମାଗୁଥିଲେ ମୁଁ ଦେଇପାରିଲି ନାହିଁ ବୋଲି ମୋ ବାପାଙ୍କ ନାମ କହି ମୋ ଘର ଟି କାଟିଦେଉଛନ୍ତି । ଏଭଳି ବ୍ୟବସ୍ଥା ଭିତରେ ଚାଲିଥିଲା ବିଗତ ସରକାର ଲଖ୍ୟାଧିକ ଘର୍ କେନ୍ଦ୍ରକୁ ଫେରିଗଲା ହେଲେ ମୋତେ ଘରଖଣ୍ଡେ ଦେଲେନି। ବିଗତ ସରକାର ସମୟରେ ଯେଉଁଭଳି ଭାବେ ବଡ଼ବଡ଼ିଆ ବାବୁ ମାନଙ୍କୁ ଘର ମିଳିଲା ଜିଏ ନେତା ଙ୍କ ପଛରେ ଦୌଡିଲା ସିଏ ଘର ପାଇଲା। ହେଲେ ମୋତେ ମୋ ବାପା ନାଁ ରେ ଘର ମିଳିଛି କହି ଭଣ୍ଡି ଦେଲେ କୌଣଷି ନେତା ମୋ ଅବସ୍ଥା ଦେଖିବାକୁ ଆସି ନାହାଁନ୍ତି ହେଲେ ବର୍ତ୍ତମାନ ସରକାର ବଦଳିବା ପରେ ବିଧାୟକ ଜିଏ ସଦାବେଳେ ନିଜକୁ ଗରିବ ଖଟିଖିଆ ଅସହାୟ ଲୋକଙ୍କ ସେବକ ଭାବେ ବେଶ୍ ଜଣାଶୁଣା ଲୋକ ପ୍ରିୟ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ପାଖରେ ଅଭିଯୋଗ କରିବା ପରେ ବିଧାୟକ ବ୍ଲକ୍ ଅଧିକାରୀ ତହସିଲଦାର ମୋର ଘରକୁ ଆସି ଦେଖିବା ପରେ ଘରଖଣ୍ଡେ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଦେଖିବାର ଅଛି କେବେ ଘର ଖଣ୍ଡେ ମିଳୁଛି
Article Image
ଜଗତସିଂହପୁର ଜିଲ୍ଲା ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକଙ୍କ ରିପୋର୍ଟ