Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନମହୋତ୍ସବ

ନାଉଗାଁ ,୨୧।୭: ବିକ୍ରମ ଓଡିଶା ନିୟଜୁ,ପରିବେଶ ସନ୍ତୁଳନକୁ ରକ୍ଷା କରିବାକୁ ଯାଇ ରାଜ୍ୟବ୍ୟାପୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ନାଉଗାଁ ବ୍ଲକ୍ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଓଡପଏଙ୍ଗାରେ ବ୍ଲକ ସ୍ତରୀୟ ବନମହୋତ୍ସବ ବ୍ଲକ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପମିତ୍ରା ମହାନ୍ତିଙ୍କ ସମେତ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ, ସଭ୍ୟ ତରୁଣକାନ୍ତ ବାରିକ, ଅବସରପ୍ରାପ୍ତ ସାମରିକ ଅଧିକାରୀ ଗୁନ ଚରଣ ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଚିତ୍ରା ଦାସ, ୱାର୍ଡ ସଭ୍ୟା ସୁମିତ୍ରା ସାହୁ, ପଞ୍ଚାୟତ ବାଣୀପିଠ କ୍ଲଷ୍ଟର ସଂଯୋଜକ ଅକ୍ଷୟ କୁମାର ରାଉତ, ଇକୋ କ୍ଳବ୍ ଶିକ୍ଷକ ହିମାଂଶୁ କୁମାର ମହାନ୍ତି, ଅନନ୍ତ କୁମାର ଗୋଛାୟତ ଓ ସଂଘମିତ୍ରା ନାୟକ ପ୍ରମୁଖ ଉପସ୍ଥିତ ରହି ଆମ୍ବ, ବଉଳ, ନିମ୍ବ, ପଣସ ସହିତ ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ । ବୃକ୍ଷ ବଞ୍ଚିଲେ ସମାଜ ବଞ୍ଚିବ ବୋଲି ବିଇଓଙ୍କ ସମେତ ଅତିଥି ଗଣ ମତବ୍ୟକ୍ତ କରିଥିଲେ । କାଳିଦାସ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କାବେରୀ ଷଡ଼ଙ୍ଗୀ, ସ୍ୱାଗତିକା ମୁଦୁଲି, ସୁଜାତା ପୃଷ୍ଟି, ସୈଭାଗ୍ୟ ରଞ୍ଜନ ଦାସ ଏବଂ ଉଭୟ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।