Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ବିଦ୍ୟୁତ ଆଘାତ ରେ ଲକ୍ଷାଧିକ ଟଙ୍କାର ୪ ମଇଁଷି ମୃତ
ନାଉଗାଁ ୨୧/୭ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ସ୍ଥିତ ଗଜରାଜପୁର ପଞ୍ଚାୟତ ମଠସାହି ଠାରେ ଏକ ଅଭାବନୀୟ ଘଟନା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ମାଧ ଦାସ ମଇଁଷି ପାଳଙ୍କାରି ନିଜର ଜୀବନ ଜୀବିକା ନିର୍ବାହ କରିଆସୁଥିଲେ। ୨୦ ତାରିଖ ସନ୍ଧ୍ୟା ସମୟରେ ମଇଁଷି ଚରାଇ ଘରକୁ ଫେରୁଥିବା ସମୟରେ ଏକ ଏଲ୍.ଆଇ ପଏନ୍ଟ ନିକଟରେ ଥିବା ଖୋଲା ପଡିଥିବା ଇଲେକ୍ଟି ସବ ସେଣ୍ଟର ନିକଟରେ ବିଦ୍ୟୁତ ଆଘାତ ଲାଗି ଚାରିଟି ମଇଁଷି ବିଦ୍ୟୁତ ଆଘାତରେ ମୃତ୍ଯୁ ବରଣ କରିଛନ୍ତି। ମୃତ ଘଟିଥିବା ମଇଁଷି ର ମୂଲ୍ୟ ଚାରିଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେଇଥିବାର ଅନୁମାନ କରହଉଛି ।ମଇଁଷି ପାଳକ ମାଧ ଦାସ ଙ୍କୁ ତୁରନ୍ତ ସରକାରୀ ସାହାଜ୍ୟ ଯୋଗାଇ ଦେବାପାଇଁ ସମାଜସେବୀ ମନୋଜ ଦାସ ଦାବି କରିଛନ୍ତି। ଘଟନା ସ୍ଥଳରେ ଆର୍.ଆଇ ଓ ରାଜସ୍ମ ବିଭାଗର ଅଧିକାରୀ , ଜଗତସିଂହପୁର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ଘଟଣାସ୍ଥଳରେ ପହଜ୍ଞି ଘଟଣା ଅନୁଧ୍ୟାନ କରିବା ସହିତ ମାଧ ଦାସଙ୍କୁ ସରକାରୀ ସୟତା ମିଳିବା ନେଇ ପ୍ରତିଶୃତି ଦେଇଥିବା ଦେଖାଯାଇଛି।