Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସୁଦେଷ୍ଣା ପକ୍ଷରୁ ସାରସ୍ବତ ଆଲୋଚନା ଚକ୍ର 1

ଜଗତସିଂହପୁର , 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ସୁଦେଷ୍ଣା ପକ୍ଷରୁ ସାରସ୍ବତ ଆଲୋଚନା ଚକ୍ରଜଗତସିଂହପୁର, ପୁରୀ ଜିଲ୍ଲାର ସୁଦେଷ୍ଣl ପ୍ରମୋଦ ସାହିତ୍ୟ ସଂସଦ ତଥା ନିର୍ଭୀକ ଓ ନିରପେକ୍ଷ ଦୈନିକ ଖବରକାଗଜ"ସୁଦେଷ୍ଣା" ପକ୍ଷରୁ କୁଜଙ୍ଗ ନିକଟ ୧୫ ନମ୍ବର ସ୍ଥିତ ଅବଳା ସଂସ୍କୃତି ଭବନ ଠାରେ "ବେପାରୋନ୍ମୁଖୀ ସାହିତ୍ୟ" ଶୀର୍ଷକସ୍ଥ ଏକ ଆଲୋଚନାଚକ୍ର , କବିତା ପାଠୋତ୍ସବ ତଥା ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ଡ଼.ବସନ୍ତ ମଞ୍ଜରୀ ଦାସଙ୍କ କବିତା ସଙ୍କଳନ ''ନୀତି ରତ୍ନାକର" ପୁସ୍ତକ ସମୀକ୍ଷା କାର୍ଯ୍ୟକ୍ରମ , ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ଅଧିବେଶନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନ ଆଲୋଚନାଚକ୍ର ଓ କବିତା ପାଠୋତ୍ସବରେ ଖବରକାଗଜର ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ରାଉତରାୟ ସଭାପତିତ୍ବ କରିଥିବା ବେଳେ ଏହାକୁ ଉଦ୍ଘାଟନ କରିଥିଲେ ବରିଷ୍ଠ ଔପନ୍ୟାସିକ , ଜଗତସିଂହପୁରର ଶ୍ରୀଯୁକ୍ତ ଭାଗିରଥି ଦାସ ଏବଂ ମୁଖ୍ୟ ଅତିଥି ଭାବେ ଅବଳା ସଂସ୍କୃତି ମଣ୍ଡପର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନଙ୍ଗ କୁମାର ମହାପାତ୍ର , ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ , ସୁସାହିତ୍ଯିକ ଓ ସ୍ତମ୍ଭକାର ଶ୍ରୀଯୁକ୍ତ ପରଂବ୍ରହ୍ମ ତ୍ରିପାଠୀ , ମୁଖ୍ୟ ଉପଦେଷ୍ଟା ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକର ଅଧ୍ଯକ୍ଷ ଡକ୍ଟର ଲକ୍ଷ୍ମଣ ସାହୁ, ମଞ୍ଚାସୀନ ହୋଇ ସମାଜ ପ୍ରତି ସାହିତ୍ୟ ଉତ୍ସର୍ଗୀକୃତ ଓ ସାହିତ୍ୟ କେବେ ବୈପାରିକ ପରିପନ୍ଥୀ ନୁହେଁ ବୋଲି ବିଭିନ୍ନ ଉଦାହରଣ ସହ ଉପସ୍ଥାପନ କରିଥିଲେ । ଅନ୍ଯ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରଜନୀ ଦେବୀ ଜରାଶ୍ରମ ଅଧ୍ଯକ୍ଷା ତଥା ନିଖିଳ ଉତ୍କଳ ଲେଖିକା ମଞ୍ଚ , କୁଜଙ୍ଗର ସମ୍ପାଦିକା ଆଇନଜୀବୀ ମଞ୍ଜୁଲତା ରାଉତ , ସୁସାହିତ୍ଯିକ ସୁରେଶ ଚନ୍ଦ୍ର ପ୍ରଧାନ , ସୁଶ୍ରୀ ଶୁଭଶ୍ରୀର ଉପସଭାପତି ହେମନ୍ତ କୁମାର ନାୟକ ଉପସ୍ଥିତ ରହି ଆଲୋଚନା କରିଥିଲେ । ଖବରକାଗଜ "ସୁଦେଷ୍ଣା"ର ଉପସଭାପତି ଡ.ବସନ୍ତ ମଞ୍ଜରୀ ଦାସ ମଞ୍ଚ ସଂଚାଳନ କରିଥିବା ବେଳେ ଖବରକାଗଜ ସମ୍ପାଦିକା କଳ୍ପନା ପଣ୍ଡା ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ଏବଂ ସହସମ୍ପାଦକ ଶ୍ରୀଯୁକ୍ତ ଭୁବନ ମୋହନ ମହାନ୍ତି ଆଭିମୁଖ୍ୟ ବିଷୟରେ କହିଥିଲେ । ପରିଚାଳନା ସମ୍ପାଦକ ଶ୍ରୀମାନ ଚନ୍ଦ୍ରକାନ୍ତ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଖବରକାଗଜର ପ୍ରତିଷ୍ଠାତା ଓ ସମ୍ପାଦକ କାବ୍ୟଭୂଷଣ ଶିବ ପ୍ରସାଦ ବାହିନୀପତି ପରିଚାଳନା କରିଥିବା ବେଳେ କବିତା ସଂଯୋଜନା କରିଥିଲେ ସମ୍ପାଦିକା କଳ୍ପନା ପଣ୍ଡା , ପାରାଦ୍ଵୀପର କବୟିତ୍ରୀ ତୁଳସୀ ବରାଳ ଓ ଜଗତସିଂହପୁର କବୟିତ୍ରୀ ଅର୍ପିତା ଦାସ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ବ କବି କବୟିତ୍ରୀ ଯୋଗଦାନ କରି ସ୍ଵରଚିତ କବିତା ପଠନ କରିଥିଲେ । ଅଧିବେଶନ ଶେଷରେ ସୁଦେଷ୍ଣାର ପ୍ରତିନିଧି ଯଯାତି କେଶରୀ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ଵିତୀୟ ଅଧିବେଶନରେ ସୁଶ୍ରୀ ଶୁଭଶ୍ରୀର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନାଗୁ ଚରଣ ଦେବତା ସଭାପତିତ୍ବ କରିଥିବା ବେଳେ ଜଗତସିଂହପୁରର ପୂର୍ବତନ ସାଂସଦ ଶ୍ରୀଯୁକ୍ତ କୁଳମଣି ସାମଲ ମୁଖ୍ୟ ଅତିଥି ତଥା ପ୍ରକାଶକ ଓ ସାହିତ୍ୟିକ ବାଦଲ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସାହିତ୍ୟ ରଚନାର ବିଭିନ୍ନ ଦିଗ ଓ ସାହିତ୍ୟର ବାସ୍ତବିକ ଅର୍ଥ ଓ ଉଦ୍ଦେଶ୍ୟ ବିଷୟରେ ବିଶଦ ଭାବେ ଆଲୋକପାତ କରିଥିଲେ । ଶିଳ୍ପ, ତାଲିମ ଅନୁଷ୍ଠାନ , ଗଙ୍ଗୋତ୍ରୀର ସମ୍ପାଦକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ପ୍ରଧାନ , କବୟିତ୍ରୀ ଡ. ବିଷ୍ଣୁପ୍ରିୟା ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାହିତ୍ୟ , ପୁସ୍ତକ ଓ ପାଠକ ଉପରେ ସୁନ୍ଦର ବର୍ଣ୍ଣନା କରିଥିଲେ । ଏହି ଅଧିବେଶନରେ ସୁଶ୍ରୀ ଶୁଭଶ୍ରୀର ସମ୍ପାଦିକା ତଥା ସୁଦେଷ୍ଣାର ଉପସଭାପତି ଡ.ବସନ୍ତ ମଞ୍ଜରୀ ଦାସଙ୍କ ଲିଖିତ କବିତା ସଙ୍କଳନ ''ନୀତି ରତ୍ନାକର"ରେ ସମୀକ୍ଷା କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ କବି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାପାତ୍ର । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ , ଭୁବନେଶ୍ବରର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ବଟଶ୍ରୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ଯକ୍ଷା ବିଭୂଷିତା ଦାସ ଅତିଥି ନିମନ୍ତ୍ରଣ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସୁଦେଷ୍ଣାର ସଭାପତି , ମୁଖ୍ୟ ଉପଦେଷ୍ଟା , ସମ୍ପାଦକ ଓ ଉପସଭାପତିଙ୍କ ସହ ଅତିଥି ମାନଙ୍କ ଗହଣରେ ସୁଦେଷ୍ଣା ଖବରକାଗଜର ନବନୀତ ପ୍ରତିନିଧି ଭୁବନ ମହାନ୍ତି , ଚନ୍ଦ୍ରକାନ୍ତ ବାରିକ , ଯଯାତି କେଶରୀ ସାମନ୍ତରାୟ , ମାଧବାନନ୍ଦ ଭୋଇ , ଶିବ ପ୍ରସାଦ ସାହୁ , ଦେବବ୍ରତ ପାଢୀ , କାଳୀ ପ୍ରସାଦ ଦାସ , ନଗେନ୍ଦ୍ର ନାଥ ସ୍ଵାଇଁ , ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ପରିଚୟପତ୍ର , ନିଯୁକ୍ତିପତ୍ର , ଉପଢୌକନ ଦେଇ ସମ୍ଵର୍ଦ୍ଧିତ କରାଯାଇଥିଲା । ଏଥିରେ ଖବରକାଗଜ ପକ୍ଷରୁ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରକାଶ ନନ୍ଦ , ଔପନ୍ୟାସିକ ଶ୍ରୀଯୁକ୍ତ ଭାଗିରଥି ଦାସ , ଜ୍ୟୋତିର୍ବିଦ ଡ.ଅରୁଣ କୁମାର ପାଣି , କଥା ପୁରସ୍କାର ପ୍ରାପ୍ତ ଗାଳ୍ପିକ ଶ୍ରୀଯୁକ୍ତ ଦୀପ୍ତି ଖଣ୍ଡୁଆଳ , ନୃତ୍ୟ ଶିଳ୍ପୀ ସୁଦୀପ୍ତା ଦାସ , ସଂଗ୍ରାମ କେଶରୀ ସ୍ଵାଇଁ , ବିଶିଷ୍ଟ କବୟିତ୍ରୀ ବିଷ୍ଣୁପ୍ରିୟା ଦାସଙ୍କୁ ଉତ୍ତରୀୟ , ମାନପତ୍ର ଓ ଟ୍ରଫି ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସମାଜସେବୀ ସଂଗ୍ରାମ କେଶରୀ ସ୍ଵାଇଁ ।
Article Image