Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା 1

ତିର୍ତୋଲ, 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ମହିଳା ଯୌନ ନିର୍ଯାତନା ସମ୍ପର୍କିତ ସଚେତନତା
Article Image
ଜଗତସିଂହପୁର/ତିର୍ତୋଲ ୨୧/୭.ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କର୍ମକ୍ଷେତ୍ରରେ ମହିଳା ଯୌନ ନିର୍ଯାତନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ କାଡୁଆପଡାସ୍ଥିତ ଗାଦିବ୍ରମ୍ହ ମହିଳା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଆଇସିସି କମିଟିର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀ ମାନେ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଅତିଥି ପରିଚୟ ପ୍ରଦାନ କରିଥିଲେ।ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା (ନିବାରଣ, ନିଷେଧ ଏବଂ ପ୍ରତିକାର) ଆଇନ, ୨୦୧୩ ଅନୁଯାଇ ଯଦି କୌଣସି ଉପରସ୍ଥ ଅଧିକାରୀ ଅଧିନସ୍ଥ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନ ଦିଅନ୍ତି ତେବେ ଏହି ଆଇନ ଅନୁଯାଇ ଦଣ୍ଡିତ ହେବେ । ସାଧାରଣତଃ ମହିଳା କର୍ମଚାରୀମାନେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଇଥାନ୍ତି । ଉପରସ୍ଥ ଅଧିକାରୀମାନେ ଅଧିନସ୍ଥ ମହିଳା କର୍ମଚାରୀମାନଙ୍କୁ ନିଯୁକ୍ତି, ଦରମା ବୃଦ୍ଧି, ପଦୋନ୍ନତି, ବଦଳି, ଚାକିରି ସ୍ଥାଇ କରିବା ଭଳି ମିଥ୍ଯା ପ୍ରଲୋଭନ ଦେଖାଇ ଯୌନ ନିର୍ଯାତନ ଦେଇଥାନ୍ତି । ମହିଳାମାନେ ଏହି ମିଛ ପ୍ରଲୋଭନରେ ବଶୀଭୂତ ହୋଇ ନିର୍ଯାତନାର ଶିକାର ହୁଅନ୍ତି । ଆତ୍ମବିଶ୍ୱାସର ଅଭାବ ଏବଂ ଲଜ୍ୟା ହେତୁ ମହିଳାମାନେ ଯୌନ ନିର୍ଯାତନାର ଘଟଣାଗୁଡ଼ିକୁ ରିପୋର୍ଟ କରିବାକୁ ଅନିଚ୍ଛୁକ ହୁଅନ୍ତି । ଏଥିପାଇଁ ମାନ୍ୟବର ସୁପ୍ରୀମ କୋର୍ଟଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟାଲୟରେ ଅଭିଯୋଗ କମିଟି ଗଠନ କରାଯାଇଛି । ଯେଉଁ କାର୍ଯ୍ୟାଳୟରେ ୧୦ ରୁ କମ୍ ମହିଳା କର୍ମଚାରୀ କାର୍ଯ୍ୟ କରନ୍ତି ସେଠାରେ ଆଞ୍ଚଳିକ ଅଭିଯୋଗ କମିଟି ଏବଂ ୧୦ ରୁ ଉର୍ଦ୍ଧ କର୍ମଚାରୀଙ୍କ କ୍ଷେତ୍ରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଏ । ମହିଳା କର୍ମଚାରୀମାନେ ଉକ୍ତ କମିଟିରେ ତାଙ୍କ ଅଭିଯୋଗ ଦାଖଲ କରିପାରିବେ । ଏହି କମିଟି ମାଧ୍ୟମରେ ଅଭିଯୋଗର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ଯଦି କୌଣସି ମହିଳା କର୍ମଚାରୀ ଯୌନ ନିର୍ଯାତନାର ଶିକାର ହୁଅନ୍ତି ତେବେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିରେ ଅଭିଯୋଗ କରିବା ପାଇଁ ସଚିବ ସଚେତନ କରାଇଥିଲେ । ବରିଷ୍ଠ ଅଧ୍ୟାପକ ଧନ୍ଯବାଦ ଅର୍ପଣ କରିଥିଲେ।
Article Image
ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ