Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସିଦ୍ଧଲ ବଳଦେବ ଜୀଉ ଙ୍କ ମନ୍ଦିର ରେ ଜଗନ୍ନାଥ ପାଞ୍ଚରାତ୍ର ର ଉଦଘାଟନ ସମାରୋହ 1

ତିର୍ତୋଲ, 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ସିଦ୍ଧଲ ବଳଦେବ ଜୀଉ ଙ୍କ ମନ୍ଦିର ରେ ଜଗନ୍ନାଥ ପାଞ୍ଚରାତ୍ର ର ଉଦଘାଟନ ସମାରୋହତିର୍ତ୍ତୋଲ-୨୧/୭- ଜଗତସିଂହପୁର ଜିଲ୍ଲାର ସର୍ବପ୍ରାଚୀନ ତଥା ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣ ରେ ଗତ ୨୦ ତାରିଖ ରବିବାର ଦିନ ସନ୍ଧ୍ୟାରେ ତୃତୀୟ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପାଞ୍ଚରାତ୍ର କମିଟି ର ମାର୍ଗ ଦର୍ଶକ ଶ୍ରୀ ଜଗନ୍ନାଥ ସଂସ୍କୃତି ର୍ ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଏଥିରେ ଉଦଘାଟକ ତଥା ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ବ୍ୟାସ ଭାବରେ ପଣ୍ତିତ ସୁରେନ୍ଦ୍ର ନାଥ ଦାଶଶର୍ମା ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଜଗତସିଂହପୁର ଜିଲ୍ଲା ଜଗନ୍ନାଥ ପାଞ୍ଚରାତ୍ର କମିଟିର ସଭାପତି ଇଂ ବିଷ୍ଣୁ ଚରଣ ସ୍ୱାଇଁ, କଟକ ପାଞ୍ଚରାତ୍ର କମିଟି ର ଅଧ୍ୟକ୍ଷ ଇଂ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଜଗନ୍ନାଥ ଚେତନା ଓ ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱରେ ମାନବ ସମାଜରେ ଶାନ୍ତି ମୈତ୍ରୀ ଓ ସଂହତି ପ୍ରତିଷ୍ଠା କରିବା ସହିତ, କୁସଂସ୍କର ଦୂରକରି ଆଧ୍ୟାତ୍ମିକତା ର ବାର୍ତ୍ତା ପ୍ରଚାର କରି ଆସିଛି ବୋଲି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ସମବେତ ଭକ୍ତଗଣ ଙ୍କୁ ଆବେଗପୂର୍ଣ୍ଣ ଆହ୍ଵାନ ଦେଇ ସ୍କନ୍ଧ ପୁରାଣ ବର୍ଣ୍ଣିତ ମହାପ୍ରଭୂ ଜଗନ୍ନାଥଙ୍କ ଲୀଳା ବିଷୟରେ ଆଲୋଚନା କରିଥିଲେ। ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ଦାଶ, ସମ୍ପାଦକ ଅରୁଣ କୁମାର ପଣ୍ଡା, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ସାହୁ ଓ କାଳୀ କିଙ୍କର ଆଚାର୍ଯ୍ୟ ପ୍ରମୁଖ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିବା ବେଳେ, ସୁଶାନ୍ତ କୁମାର ବେହେରା, ଆଶିଷ କୁମାର ମହାପାତ୍ର , ତାପସ କୁମାର ବଳ, ସାରଦା ପ୍ରସନ୍ନ ସାହୁ, ତାପସ ବେହେରା, ଗୋପୀନାଥ ସାହୁ ଅଜୟ କୁମାର ଦାଶ , ତାପସ ବେହେରା, ଶୁକଦେବ ବେହେରା, ଓ ନରେଶ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ସେବାୟତ, ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଆସନ୍ତା ୨୪ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଉଦଯାପନ ହେବ ବୋଲି ସମ୍ପାଦକ ଅରୁଣ କୁମାର ପଣ୍ଡା ସୂଚନା ପ୍ରଦାନ କରିଅଛନ୍ତି।
Article Image