Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ* *ସରପଞ୍ଚଙ୍କ ପୁଅ ଚୋରି କରିଥିପା ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ରଶ୍ମି ରଂଜନ ଦାଶ 2

ତିର୍ତୋଲ, 21/07/2025, ବିକ୍ରମ ଓଡ଼ିଶା ନିୟୁଜ: ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗସରପଞ୍ଚଙ୍କ ପୁଅ ଚୋରି କରିଥିପା ଅଭିଯୋଗ କଲେ ପୂର୍ବତନ ସରପଞ୍ଚ ରଶ୍ମି ରଂଜନ ଦାଶ
Article Image
ତିର୍ତ୍ତୋଲ-୨୧/୭-(ରିପୋର୍ଟ-ଟୁକନ ସେଠୀ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲ ଅଧିନ ଗୋପାଳପୁର ପଞ୍ଚାୟତ ପୁଟିଙ୍ଗ ଗ୍ରାମ ରେ ସ୍ମସାନ କିସମ ଜାଗାରୁ ଚନ୍ଦନ କାଠ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଏମିତି ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଗୋପାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ରଶ୍ମିରଂଜନ ଦାସ।ରଶ୍ମିରଂଜନ ଙ୍କ କହିବା କଥା ଏ କୌଣସି କାମ ଯୋଗୁ ଜଗତସିଂହପୁର ଯାଉଥିବା ବାଟରେ ଉକ୍ତ ସ୍ମସାନ କିସମ ଜାଗା ଟି ସଫା ହେଉଥିବା ଦେଖି ସେ ସଙ୍ଗେ ସଙ୍ଗେ ଗୋପାଳପୁର ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ଙ୍କୁ ଫୋନ କରି ପଚାରି ଥିଲ ଯେ ଉକ୍ତ ସ୍ମସାନ ଜାଗା କଣ ପାଇଁ ସଫେଇ କାଯ୍ୟ ହେଉଛି। କନିଷ୍ଠ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ କହି ଥିଲେ ଯେ ଉକ୍ତ ସ୍ମସାନ କିସମ ଜାଗାରେ ସ୍ମସାନ ଘର ହେବ ବୋଲି ସଫେଇ କାଯ୍ୟ ହେଉଛି ଅଛି। ରଶ୍ମିରଂଜନ ଅପରାହ୍ନ ସମୟରେ ଜଗତସିଂହପୁର ରୁ ଫହେରିବା ବେଳେ ଦେଖନ୍ତି ଯେ ସ୍ମସାନ କିସମ ଜାଗାରେ ଥିବା ଚନ୍ଦନ ଗଛଟି ଆଉ ନାହିଁ ଏହି ଗଛର ଉଚତା ପ୍ରାୟ ୨୦ ଫୁଟ ଓ ଗୋଲେଇ ୧ ଫୁଟ। ପ୍ରିୟବାସ ସ୍ଵାଇଁ ପିତା - ପ୍ରକାଶ ଚନ୍ଦ୍ର ସ୍ଵାଇଁ ଏହି ଗଛଟି କରିଛନ୍ତି ଏ ନେଇଁ ରଶ୍ମିରଂଜନ ଏକ ଲିଖିତ ଅଭିଯୋଗ ତିର୍ତ୍ତୋଲ ତହସିଲଦାର,ତିର୍ତ୍ତୋଲ ଥାନା ଅଧିକାରୀ ଓ ଜଗତସିଂହପୁର ବନପାଳ ଙ୍କୁ କରିଛନ୍ତି।ଉକ୍ତ ଘଟଣା ୪ ଘଣ୍ଟା ବିତି ଯାଇ ଥିଲେ ମଧ୍ୟ୍ୟ କୌଣସି ବନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନ ଥିବା ସୂଚନା ମିଳିଛି
Article Image
Article Image