ଜଗତସିଂହପୁର , 22/07/2025, ବିକ୍ରମ ଓଡ଼ିଶା ନିୟୁଜ: ଗୋଟେ ପଟେ ଛାତ୍ରୀ ନିର୍ଯାତନା ନିର୍ଯାତନା ଛାତ୍ରୀ ପୋଡ଼ି ହେବା ଏବଂ ଛାତ୍ରୀ ମୃତ୍ୟୁ ଘଟଣା କୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ଜଗତସିଂହପୁର ଜିଲ୍ଲା ରେ ଜଣେ ଯୁବତୀ ବଳତ୍କାର ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଲାଣୀ ସୁଚନା ରୁ ପ୍ରକାଶ ଜଗତସିଂହପୁର ଜିଲା ସଦର ଥାନା ଚାନ୍ଦ ଗଡ଼ ଅଞ୍ଚଳରେ ଜଣେ ଅନୁସୂଚିତ ଜାତିର ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ପିଡିତାଙ୍କୁ ଜଗତସିଂହପୁର ଜିଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଯୁବତୀ ଜଣକ ଘରୁ ଚାଲି ଚାଲି ସାଙ୍ଗ ର ଜନ୍ମ ଦିନରେ ଯୋଗ ଦେବାକୁ ଯାଉଥିବା ବେଳେ ବାଟରେ ତିନି ଜଣ ଯୁବକ ତାଙ୍କୁ ଏକ ବଣ ଭିତରକୁ ଉଠେଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ବାବଦରେ ପିଡିତାଙ୍କ ବାପା ସଦର ଥାନାରେ ଏତାଲା ଦେବା ପରେ ସଦର ପୋଲିସ ତଦନ୍ତ ଚଳାଇଛି । ଦୁଷ୍କର୍ମ ରେ ଅଭିଯୁକ୍ତ ମାନଙ୍କୁ ସହଯୋଗ କରିଥିବା ଅନ୍ୟ ଜଣେ ଯୁବତୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା ଜାରୀ ରହିଛି। ଅଭିଯୁକ୍ତ ମାନେ ଫେରାର ହୋଇଯାଇଛନ୍ତି। ଅନ୍ୟପଟେ ଜଗତସିଂହପୁର ବିଧାୟକ ଏବଂ ଜିଲ୍ଲା ଏସପି ଓ ଆଇଆଇସି ଆଡିସ୍ନାଲ ଏସପି ଘଟଣାସ୍ଥଳରେ ପହଞ୍ଚି ପିଡିତା ଙ୍କ ପରିବାର କୁ ସାନ୍ତ୍ଵନା ଦେବା ସହିତ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ପୋଲିସ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ ଏବଂ ବିଧାୟକ ଅମରେନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ପିଡିତା ର ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହିତ ପିଡିତା ଙ୍କ ପାଇଁ ଡାକ୍ତର ଙ୍କ ସହିତ ଆଲୋଚନା କରିଥିଲେ ଏବଂ ଏଭଳି କାର୍ଯ୍ୟ କରିଥିବା ଦୃର୍ବୁତ୍ତ ଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଏସପିଙ୍କ ସହିତ ଆଲୋଚନା କରିଥିଲେ