Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଖରିଫ ଚାଷ ପାଇଁ, ସାରଳା କେନାଲ ରେ ଛଡାଗଲା , ତାଳଦଣ୍ଡା କେନାଲର ପ୍ରଥମ ପାଣି 1

ତିର୍ତୋଲ, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ଖରିଫ ଚାଷ ପାଇଁ, ସାରଳା କେନାଲ ରେ ଛଡାଗଲା , ତାଳଦଣ୍ଡା କେନାଲର ପ୍ରଥମ ପାଣିତିର୍ତ୍ତୋଲ-୨୩/୭-ଚଳିତ ବର୍ଷର ଖରିଫ୍ ଚାଷ ପାଇଁ ତାଳଦଣ୍ଡା କେନାଲ ର ନୂଆପଡ଼ା ଠାରୁ ୧୨ ନମ୍ବର ସାରଳା କେନାଲ ରେ ଗତ ୨୧ ତାରିଖ ସୋମବାର ଦିନ ପୂର୍ବାହ୍ନ ରେ ପ୍ରଥମ ପାଣି ଛଡ଼ାଯାଇଛି। ଏହା ଦ୍ବାରା ତିର୍ତ୍ତୋଲ, ଏରସମା ଓ କୁଜଙ୍ଗ ବ୍ଲକ ର ୫୫ ଟି ଗ୍ରାମ ପଞ୍ଚାୟତ ର ୧୨ ହଜାର ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପ୍ରତ୍ୟୁଷ କୁମାର ତରାଇ ସୂଚନା ପ୍ରଦାନ କରିଅଛନ୍ତି। ପ୍ରଥମ ପାଣି ଛଡାଯିବା ପୁର୍ବରୁ ମାଆ ସାରଳା ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ, ସାଇଫେନ୍ ନିକଟରେ ନଡ଼ିଆ ବାଡେଇ ପାଣିଛାଡ଼ିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଉଥିଲା। ଏଥିରେ ବିଭିନ୍ନ ପାଣିପଞ୍ଚାଯତ ର ସଭାପତି ମାନେ ମଧ୍ୟ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ କନିଷ୍ଟ ଯନ୍ତ୍ରୀ ଇଂ ତପନ କୁମାର ସ୍ବାଇଁ, ଙ୍କ ସହିତ ୨୦୨୪-୨୫ ରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ତରଫରୁ ଶ୍ରେଷ୍ଠ ପାଣିପଞ୍ଚାୟତ ଭାବରେ ପୁରସ୍କୃତ ହୋଇଥିବା ଗୋବିନ୍ଦପୁର ପାଣିପଞ୍ଚାୟତ ର ସଭାପତି ରଶ୍ମିରଞ୍ଜନ ପରିଜା ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର। ଏଥିରେ ବିଭାଗୀୟ ପଦାଧିକାରୀ ମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ଚାଷୀଭାଇ ମାନେ ମଧ୍ୟ ଉପସ୍ଥିତ ଥିଲେ। ପରିଶେଷରେ ସମ୍ପାଦକ କୈଳାଶ ଚନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବାର ଜଣାଯାଇଛି।।
Article Image