Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ନଦୀକୁ ଡେ଼ଇଁ ଯୁବକ ନିଖୋଜ
ନାଉଗାଁ, ୨୨/୭): ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ଦେବାଶିଷ ପରିଜାଙ୍କ ଏକମାତ୍ର ୨୪ ବର୍ଷର ପୁଅ ରାଜା ସ୍ଥାନୀୟ କଣିପଡା ସ୍ଥିତ ସରକାରୀ ବହୁବୃତି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରୁଥିଲା। କିନ୍ତୁ ଆଜି ସକାଳୁ ସେ ତାର ସ୍କୁଟି ନେଇ ବିଦ୍ୟାଳୟକୁ ନଯାଇ ଗାରୋଇ ନିକଟରେ ଦେବୀନଦୀରେ ଥିବା ଏକ ପଥର ବୁରୂଜ ନିକଟର ନଦୀ ପଠାରେ ସ୍କୁଟି ଓ ଚପଲ ରଖି ନଦୀକୁ ଡେ଼ଇଁ ପଡ଼ିଥିଲା। ସ୍ଥାନୀୟ ଲୋକମାନେ ଦେଖି ନାଉଗାଁ ଥାନାକୁ ଖବର ଦେବାପରେ ନାଉଗାଁ ପୁଲିସ ଘଟଣା ସ୍ଥଳରେ ପହଁଚି ସ୍କୁଟି ନମ୍ବରକୁ ଆଧାର କରି ଯୁବକଙ୍କ ଘର ଲୋକଙ୍କୁ ଖବର ଦେବା ସହିତ ନାଉଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କ ସହାୟତାରେ ନଦୀରେ ଖୋଜାଖୋଜି ଜାରି ରଖିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଏବେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପ୍ରଖର ସୁଅରେ ଯୁବକ ଜଣଙ୍କ ତଳକୁ ଭାଷି ଯାଇଥିବା ଅନୁମାନ କରାଯାଉଛି।