Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତିଙ୍କ ନାମରେ ଯୁବ-ଛାତ୍ର କଂଗ୍ରେସ ତରଫରୁ ଥାନା ରେ ଏତଲା ରୁଜୁ 1

ତିର୍ତୋଲ, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତିଙ୍କ ନାମରେ ଯୁବ-ଛାତ୍ର କଂଗ୍ରେସ ତରଫରୁ ଥାନା ରେ ଏତଲା ରୁଜୁତିର୍ତ୍ତୋଲ-୨୩/୭-(ରିପୋର୍ଟ-ଟୁକନ ସେଠୀ)-ଆଜି ଜଗତସିଂହପୁର ଯୁବ-ଛାତ୍ର କଂଗ୍ରେସ ର କର୍ମକର୍ତ୍ତା ମାନେ ବିଜେପି ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଙ୍କ ନାମରେ ଜଗତସିଂହପୁର ଥାନା ରେ ଏକ ଏତଲା ରୁଜୁ କରିଛନ୍ତି । ଗତ ୨୧ ତାରିଖରେ ବିଜେପିର ରାଜ୍ଯ ଯୁବ ମୋର୍ଚ୍ଚା ସଭାପତି ଏକ ସାମ୍ବାଦିକ ସମ୍ମୀଳନୀ ରେ ସର୍ବସମ୍ମୁଖରେ କଂଗ୍ରେସ ଦଳ କୁ ବଳତ୍କାରୀ ଦଳ ଓ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଙ୍କୁ ଦେଶଦ୍ରୋହି ବୋଲି କହିଥିଲେ ଯାହା ଅତ୍ଯନ୍ତ୍ଯ ନିନ୍ଦନୀୟ ଓ ସେ ଜାଣିଶୁଣି ଦଳ ଏବଂ ଆମ ନେତା ଙ୍କୁ ଆକ୍ଷେପ କରି କହି ଅପମାନିତ କରିଛନ୍ତି । ଏପରି ଏକ ମିଥ୍ଯା ଖବର କୁ ସର୍ବସାଧାରଣ ରେ କହି ଲୋକ ମାନଙ୍କୁ ଭ୍ରମିତ କରିବାକୁ ସେ ଅପଚେଷ୍ଟା କରୁଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଯୁବ କଂଗ୍ରେସ କର୍ମୀ ମାନେ ଏତଲା ରେ ଉଲ୍ଲେଖ କରିବା ସହ ଦାବି ଉପସ୍ଥାପନା କରିଛନ୍ତି ।
Article Image
ଏତଲା ରୁଜୁ ସମୟ ରେ ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକ,ପିସିସି ସଭ୍ଯ ଦେବ ପ୍ରସାଦ ନାୟକ (ଫେଲୁ), ଜଗତସିଂହପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ସ୍ୱରୂପ କାନୁନଗୋ , ତିର୍ତ୍ତୋଲ ବିଧାନସଭା ଯୁବ କଂଗ୍ରେସ ସଭାପତି ସଫି ଆଜମ , ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ମୁକ୍ତାର ଅଲ୍ଲୀ , ସୁଭାଶିଷ ସ୍ବାଇଁ , ସମରେନ୍ଦ୍ର ମହାପାତ୍ର , ବିଶ୍ବଜିତ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।
Article Image