Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଶ୍ବ ରକ୍ତଦାତା ଦିବସ ପାଳିତ 4

ବାମନଘାଟୀ, 17/06/2025, ବିକ୍ରମ ଓଡ଼ିଶା ନିୟୁଜ: : ବିଶ୍ବ ରକ୍ତଦାତା ଦିବସ ପାଳିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରକ୍ତଭଣ୍ଡାର ଅଧିକାରୀ ସୁଦିବ୍ଯ ଲୋଚନ ସିଂ ପୌରାହିତ୍ଯରେ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ଯ ରଞ୍ଜନ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ l ସମ୍ମାନିତ ଅତିଥି ଭାବେ ଡାକ୍ତର ପିକେ ସାହୁ, ଡାକ୍ତର ଡିଏନ ଟୁଡୁ, ଅଧ୍ଯାପକ ବିଜୟ ରାମ ପ୍ରମୁଖ ଯୋଗ ଦେଇ ରକ୍ତଦାତାର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ l ଏହି ଅବସରରେ ଶ୍ରେଷ୍ଠ ରକ୍ତଦାତା ଏବଂ ଜରୁରୀକାଳୀନ ସମୟରେ ରକ୍ତ ଯୋଗାଇଥିବା ସ୍ବେଛାସେବୀ ଓ ଅନୁଷ୍ଠାନଙ୍କୁ ହସପିଟାଲ କତୁପକ୍ଷ ମାନପତ୍ର ଦେଇ ସମ୍ମାନିତ କରିଥିଲେ l ସମ୍ମାନିତ ସ୍ବେଛାସେବୀ ରକ୍ତଦାତା ଓ ସଙ୍ଗଠକ ହେଲେ ସୌମିକ ଦାସ କାନୁନଗୋ, ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ବିକାଶ ମହାନ୍ତ, ବିଜୟ ରାମ, ଶଶାଙ୍କ କୁମାର, ଗତିକୁଷ୍ଣ ମହାନ୍ତ, ଗୁଷ୍ଟା ଗୋପାଲ, ଲଞ୍ଚ ଉଇଡୋଜ କମ୍ପ୍ଯୁଟର, ଏଲଏଣ୍ଡଟି ହବ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ, ଟିପିଏନଓଡିଏଲ, ରାଇରଙ୍ଗପୁର କଲେଜ, ଏମସିସି ବ୍ଯାଙ୍କ, ଏମକେ କୋଚିଂ ସେଣ୍ଟର, ଧୀରଜଲାଲ କଲେଜ, ଜାମଦା ଆଞ୍ଚଳିକ ମହାବିଦ୍ଯାଳୟ, ଜିତୁ ପଟ୍ଟନାୟକ ମେମୋରିଆଲ ପ୍ରମୁଖ l ସେହିପରି ରକ୍ତ ସଂଗ୍ରହ କରିଥିବା ଟେକନିସିଆନ ଦେବବ୍ରତ ଗିରି, ଅଙ୍କିତା ମହାନ୍ତ, ସୁମନ୍ତ ଗିରି, ଚିରଞ୍ଜିବୀ ମହାନ୍ତି, ସୁଜାତା ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା l ଏହି ଅବସରରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସୁଦିବ୍ଯ ଲୋଚନ ସିଂଙ୍କ ପୌରାହିତ୍ଯରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ମୋଟ ୧୫ ୟୁନିଟ ରକ୍ତ ସଂଗୁହୀତ କରାଯାଇଥିଲା l କାର୍ଯ୍ଯକ୍ରମକୁ ରେଡି ଭଲେଣ୍ଟିୟାର ସ୍ବେଛାସେବୀ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଡିଏଲ୍ ସିଂ ଧନ୍ଯବାଦ ଅର୍ପଣ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image
Article Image