Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନିଆଳି /ଜଗତସିଂହପୁର, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀପାଞ୍ଚଳରେ ହବ ପଶୁଡାକ୍ତର ଖାନା, ଉପଖଣ୍ଡ ପଶୁଚିକିତ୍ସା ଅଧିକାରୀଙ୍କ ସୂଚନା |~~~~~~~~~~~~~
ନିଆଳି /ଜଗତସିଂହପୁର 23/7/2025(ସରୋଜ ନାୟକ ଙ୍କ ଠାରୁ )ଦେବୀକନ୍ଦଳ ଦୀପାଞ୍ଚଳ ରେ ଏକ ପଶୁଡାକ୍ତରଖାନା କରିବା ପାଇଁ ଆଜି, କଟକ ସଦର ଏସ ଡି. ଭି. ଓ ଅଭିମନ୍ୟୁ ସାହାଣୀ, ସିଠାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ରେ ସ୍ଥାନୀୟ ଜନସାଧାରଣ ଙ୍କୁ ସୂଚନା ଦେଇଥିଲେ |ଏହି ମର୍ମରେ ଆୟୋଜିତ ସରକାରୀ ସଭାରେ ସିଠାଳ ସରପଞ୍ଚ କବିତା ମହାପାତ୍ର. ସାଂସଦ ଙ୍କ ପ୍ରତିନିଧି ଜ୍ୟୋତି ରଞ୍ଜନ ମହାନ୍ତି, ନିଆଳି ଭି ଏ ଏସ. ସୌଭାଗ୍ୟ ରଞ୍ଜନ ଖଟୁଆ, କୃଷକ ସାଥୀ ଫିରୋଜ ଦାସ, ରାଜକିଶୋର ମହାନ୍ତି, ପଶୁସମ୍ପଦ ନିରୀକ୍ଷକ.. ଦୀନବନ୍ଧୁ ସାହୁ, ଅଶୋକ କୁମାର ପାତ୍ର ଆଲୋଚନାରେ ଭାଗ ନେଇଥିଲେ |ବିଧାୟକ ଙ୍କ ନିର୍ଦେଶ ଅନୁସାରେ ସିଠାଳ ଏଲ. ଇ. ସେଣ୍ଟର କୁ ଅପଗ୍ରେଡେସନ କରି ପଶୁଡାକ୍ତରଖାନା କରାଯିବା ପାଇଁ, ସରକାରଙ୍କୁ ସୁପାରିଶ କରାଯିବ ବୋଲି ଏସ. ଡି. ଭି. ଓ କହିଥିଲେ |
ଆସନ୍ତା. ପ୍ରାକବଜେଟ ସମୀକ୍ଷା ମିଟିଂ ପୂର୍ବରୁ ଜିଲ୍ଲା କାର୍ଯ୍ୟାଳୟ ସରକାର ଙ୍କୁ ସୁପାରିଶ କରିବା ପାଇଁ ଉପସ୍ଥିତ ଜନସାଧାରଣ ଏକ ଲିଖିତ ଦାବୀ ଦରଖାସ୍ତ ପ୍ରଦାନ କରିଥିଲେ |