Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ସରକାରଙ୍କ ଘୋଷିତ ଇନ୍ସେନ୍ଟିଭ ବର୍ଜନ।ବିଡିଓଙ୍କ ନିକଟରେ କମ୍ୟୁନିଟି ସପୋର୍ଟ କର୍ମଚାରୀ ସଂଘର ଅଭିଯୋଗ।

ନାଉଗାଁ, ୨୩/୦୭ ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ କାର୍ଯ୍ୟରତ ମିଶନ ଶକ୍ତି କମ୍ୟୁନିଟି ସପୋଟିଂ କର୍ମଚାରୀ ସଂଘ ନାଉଗାଁ ବିଡିଓଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ ଏହି ବ୍ଲକ ଅଞ୍ଚଳର ସିଆର୍ପି,ଏମ୍ବିକେ, ବ୍ୟାଙ୍କ ମିତ୍ର ସଂଘର ସଦସ୍ୟ ମାନେ ମିଳିତ ଭାବେ ନିଜର ଦାବି ଉପସ୍ଥାପନା କରିଥିଲେ। ସେମାନେ ସରକାରଙ୍କ ନିୟମ ମୁତାବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ କରୁଛନ୍ତି । ଏଥିପାଇଁ ସରକାର ମାସକୁ କିଛି ଅର୍ଥ ମଧ୍ଯ ପ୍ରଦାନ କରିଥାନ୍ତି। କିନ୍ତୁ ମିଶନ ଶକ୍ତି ପକ୍ଷରୁ ୨୯ ମାର୍ଚ୍ଚ ୨୦୨୫ ର ଚିଠି ନଂ.୨୬୭୦ରେ ପରଫରମାନ୍ସ ଇନ୍ସେନ୍ଟିଭ ନେବା ପାଇଁ - ଚିଠିରେ ଉଲ୍ଲେଖ କରାଯାଇଛି। ଏହାକୁ ମିଳିତ ସଂଘ ବିରୋଧ କରୁଛି। ସରକାରଙ୍କ ଘୋଷିତ ଇନ୍ସେନ୍ଟିଭକୁ ସେମାନେ ବର୍ଜନ କରିବା ସହ ପୂର୍ବପରି କାର୍ଯ୍ୟ ଜାରି ରଖିବେ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଅଭିଯୋଗପତ୍ରରେ ବ୍ଳକର ୧୬ ପଞ୍ଚାୟତରେ କାର୍ଯ୍ୟରତ ମିଶନ ଶକ୍ତି ଏମ୍ବିକେ, ସିଆର୍ପି, ବ୍ୟାଙ୍କ ମାନଙ୍କ ସ୍ବାକ୍ଷର ରହିଛି। ଉକ୍ତ ଅଭିଯୋଗ ପତ୍ରକୁ ବିଜୟଲକ୍ଷ୍ମୀ ମହାନ୍ତି, ରୀତାରାଣୀ ମହାନ୍ତି, ପ୍ରିୟଦର୍ଶିନୀ ପ୍ରତିମା ବେହେରା, ଦାସ ପ୍ରମୁଖ ବିଡିଓ ନିରଞ୍ଜନ ପରିଡାଙ୍କୁ ପ୍ରଦାନ କରିଛନ୍ତି।