Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ସାଂସଦଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁ ଦାଇତ୍ୱ।

କାକଟପୁର 23/7 ( ତୁଷାର ଦୀକ୍ଷିତ ) ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଶିଶୁ ଓ କିଶୋର ମାନଙ୍କ ହିତ ଓ ସୁରକ୍ଷା ଦୃଷ୍ଟି ରୁ ଧାରା 1959 ଅନୁଯାୟୀ ଏହାକୁ କାର୍ଯକାରୀ କରିବା ସହିତ ଶିଶୁ ଓ କିଶୋର ମାନଙ୍କ ପ୍ରତି ଅବହେଳା କୁ ରୋକିବା ସହିତ ବିକାଶ ମୂଳକ ପଦକ୍ଷେପ ନେବାରେ କେନ୍ଦ୍ର ସରକାର ଏହି ଆଇନ୍ କୁ ବଳବତର ରଖି ମାନ୍ୟବର ସାଂସଦ ଡ଼଼ଃ ବିଭୁ ପ୍ରସାଦ ତରାଇଙ୍କୁ କେନ୍ଦ୍ର ସରକାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଶିଶୁ ଓ କିଶୋର ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ କେନ୍ଦ୍ର ପରାମର୍ଶଦାତା ବୋର୍ଡ ର ସଭ୍ୟ ଭାବେ ମନୋନୀତ କରିଛନ୍ତି। ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ଦୃଢ଼ ସଂଗଠକ ଶ୍ରୀଯୁକ୍ତ ସୁଦର୍ଶନ ସ୍ୱାଇଁ ଲୋକ ପ୍ରିୟ ସାଂସଦ ମହୋଦୟ ଙ୍କୁ ହୃଦୟରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।ଏପରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ମିଳିଥିବାରୁ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ବେହେରା,ପୁରୀ ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ରତିକାନ୍ତ ବେହେରା, କାକଟପୁର ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ଶ୍ରୀଧର ନାୟକ, ଅସ୍ତରଙ୍ଗ ବ୍ଲକ ଅଧକ୍ଷା ଶ୍ରୀମତୀ ଆରତୀ ନାୟକ, ବରିଷ୍ଠ ନେତୃତ୍ୱ ଶ୍ରୀଯୁକ୍ତ ପ୍ରସନ ବେହେରା, କାକଟପୁର ବ୍ଲକ୍ ସାଂସଦ ପ୍ରତିନିଧି କୈଳାଶ ଚନ୍ଦ୍ର ନାୟକ, ଅସ୍ତରଙ୍ଗ ବ୍ଲକ୍ ସାଂସଦ ପ୍ରତିନିଧି ଦିବାକର ଛାଟୋଇ, କୋଣାର୍କ NAC ର ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ଗୋପ ବ୍ଲକ୍ ର ସାଂସଦ ପ୍ରତିନିଧି ରାଜଲକ୍ଷ୍ମୀ ଦାସ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ସମସ୍ତ ସାଂସଦ ପ୍ରତିନିଧି ବୃନ୍ଦ, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସାଂସଦ ମହୋଦୟ ଙ୍କୁ ଆନନ୍ଦ ସହକାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।