Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧ 2

କାକଟପୁର, 23/07/2025, ବିକ୍ରମ ଓଡ଼ିଶା ନିୟୁଜ: ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧
Article Image
କାକଟପୁର ୨୨/୭ ( ତୁଷାର ଦୀକ୍ଷିତ ) କାକଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଆସନ୍ତା ଜୁଲାଇ ୩୧ତାରିଖ ଦିନ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପୀତବାସ ଦୀକ୍ଷିତଙ୍କ ଅବସର ନେଉଛନ୍ତି। ତାଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅଗଷ୍ଟ ୧ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଶ୍ରୀ ଦୀକ୍ଷିତ ଏହି ବିଦ୍ୟାଳୟରେ ଚାକିରୀ ଆରମ୍ଭ କରି ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଶିକ୍ଷା ଦାନକରି ତାଙ୍କର ଛାତ୍ରଛାତ୍ରୀ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛନ୍ତି । ଅବସରପ୍ରାପ୍ତ ଶିକ୍ଷକଙ୍କ ଦୀର୍ଘ କାର୍ଯ୍ୟକାଳ ଓ ଶିକ୍ଷା ଜୀବନ ଉପରେ ସ୍ମୃତିଚାରଣ କରାଯିବ।ଏହି ସଭାରେ ଉପଢୌକନ ଫୁଲତୋଡ଼ା ଓ ମାନପତ୍ର ତାଙ୍କୁ ପ୍ରଦାନ କରାଯିବ। ପରିଶେଷରେ ତାଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପୈତୃକ ବାସଭବନ କାକଟପୁରକୁ ନିଆଯିବ।ତେଣୁ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତଥା ସାରଙ୍କ ଛାତ୍ରଛାତ୍ରୀ ଉକ୍ତ ବିଦ୍ୟାଳୟର ଏହି ଅବସର ସମ୍ବର୍ଧନା ଉତ୍ସବରେ ଯୋଗଦେବାକୁ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ/ଶିକ୍ଷିକା‌ , ପରିଚାଳନା କମିଟି ଓ ଆଲୁମିନି ସଭ୍ୟ ଜଣାଇଛନ୍ତି