Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ। 1

ଖୋର୍ଦ୍ଧା , 24/07/2025, ବିକ୍ରମ ଓଡ଼ିଶା ନିୟୁଜ: Place_KhordhaDate_24.7.25
Article Image
Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ।Slug_୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ।ଦୁର୍ଘଟଣା ଘଟାଆଥିବା ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଡ୍ରାଇଭର ଓ ହେଲଫର।ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା।ଧକ୍କା ଦେଇଥିବା ଟ୍ରକର ଆଗ ଇଂଜିନ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି।ଟ୍ରକର ଡ୍ରାଇଭର ଓ ହେଲଫର ଅଳ୍ପକେ ମୃତ୍ୟୁ ମୁଖରୁ ଚଂଚି ଯାଇଛନ୍ତି।ଆହତ ଡ୍ରାଇଭର ଓ ହେଲଫରକୁ ୧୦୮ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଛି।ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି।ଦୁର୍ଘଟଣା ଯୋଗୁଁ ଏକଘଣ୍ଟା ଧରି ରାସ୍ତାରେ ଗାଡିମୋଟର ଚଳାଚଳ ବ୍ୟାଘାତ ସୃଷ୍ଟି ହୋଇଥିଲା।ପୋଲିସ ଗାଡିକୁ ରାସ୍ତା କଡକୁ ସାଇଡ କରିବା ପରେ ଗାଡିମୋଟର ଯାତାୟତ କରିଛି।ପୋଲିସ ଦୁର୍ଘଟଣା ହୋଇଥିବା ଗାଡି ଜବତ କରି ତଦନ୍ତ ଜାରି ରଖିଛି।ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ