Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ଅନିୟମିତତା। 1

ଏରସମା, 24/07/2025, ବିକ୍ରମ ଓଡ଼ିଶା ନିୟୁଜ: ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ଅନିୟମିତତା।ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ କାଙ୍କଣ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ବ୍ୟାପକ ଭାବେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।ତେବେ ଏହି ବାତ୍ୟା ଆଶ୍ରୟସ୍ଥଳୀ ରକ୍ଷଣା ବେକ୍ଷଣ ଅଭାବରୁ କାନ୍ଥ ପ୍ଲାଷ୍ଟର,ୱାଲ୍ ବିମ୍ ଓ ତଳ ଫ୍ଲୋରିଂ ଗୁଡ଼ିକ ନଷ୍ଟ ହୋଇଯାଇ ଥିବାରୁ ବ୍ଲକ୍ ପକ୍ଷରୁ ଏହାକୁ ମରାମତୀ କରିବା ପାଇଁ ୬ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥରାଶୀ ବିନିଯୋଗ କରାଯାଇଥିବା ଜଣା ପଡ଼ିଛି।ମାତ୍ର ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଲାଗି ରହିଥିବା ବେଳେ ସମ୍ପୃନ ଭାବେ ନିମ୍ନ ମାନର କାର୍ଯ୍ୟ କରାଯାଉଛି।ଏଥିସହିତ ଏହି ବାତ୍ୟା ଆଶ୍ରୟସ୍ଥଳୀର ମରାମତୀ କାର୍ଯ୍ୟ ବିନା ସୂଚନା ଫଳକରେ କରାଯାଉଥିବା ବେଳେ କାହା ଈଶାରାରେ ଏପରି ନିମ୍ନ ମାନର ମରାମତୀ କାର୍ଯ୍ୟ କରାଯାଉଛି ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଯଦି ଏହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀର କରାଯାଇଥିବା ନିମ୍ନ ମାନର ମରାମତୀ କାର୍ଯ୍ୟର ଉଚ୍ଚ ସ୍ଥରିୟ ତଦନ୍ତ ପାଇଁ ସାଧାରଣରେ ଦାବୀ କରାଯାଇଛି।
Article Image